ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଗୋଛାପଡା ପଞ୍ଚାୟତର ରାଜୀବ ଗାନ୍ଧୀ ସଭା ଗୃହଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ମା ବାଉଟି ସୁପର ଷ୍ଟାର ୟୁଥ କ୍ଲବ ଦାମରେଜୁର ମିଳିତ ଆନୁକୂଲ୍ୟରେ ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଗୋଛାପଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଯୁଗାନ୍ତ କହ୍ନର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଫିରିଙ୍ଗିଆ ସ୍ୱାସ୍ଥ୍ୟ କେନ୍ଦ୍ରର ଫର୍ମାସିଷ୍ଟ ସୀମାଦ୍ରୀ ମହାରଣା, ଶାନ୍ତନୁ କୁମାର ସେଠି, ପଳାବୁର୍ଗୀ ସରପଞ୍ଚ ଲୀଳାବତୀ ମଲ୍ଲିକ, ସଳାଗୁଡା ସରପଞ୍ଚ ରୋହିତ କହ୍ନର, ବାପୁଜୀ ଯୁବକ ସଙ୍ଘର ସଭାପତି ଜମ୍ବେଶ୍ୱର କହ୍ନର, ଲକ୍ସମନ କହ୍ନର ଏବଂ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ଜ଼ିଲ୍ଲା ଯୁବ ଅଧିକାରୀ ନଭନୀତ କୁମାର, ସହକର୍ମୀ ସତ୍ୟବାନ ଦଳବେହେରା, ସ୍ୱେଚ୍ଛାସେବୀ କମଳ ଲୋଚନ ଦେହୁରୀ ପ୍ରମୁଖ ଯୋଗ ଦେଇଥିଲେ। ସବୁ ଘରେ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଘରେ ଘରେ ଭାରତର ଜାତୀୟ ପତାକା ଲଗେଇବା ପାଇଁ ଯୁବ ଗୋଷ୍ଠିଙ୍କୁ ଅବଗତ କରା ଯାଇ ଥିଲା।

Comments are closed.