ଅନୁଦାନ ପ୍ରାପ୍ତ ବେସରକାରୀ ଏବଂ ଅଣଅନୁଦାନ ପ୍ରାପ୍ତ କଲେଜ କର୍ମଚାରୀ ସଂଘ ବୈଠକ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଅନୁଦାନ ପ୍ରାପ୍ତ ବେସରକାରୀ କଲେଜ ଓ ଅଣ ଅନୁଦାନ ପ୍ରାପ୍ତ କଲେଜ କର୍ମଚାରୀ ସଂଘ ତରଫରୁ ମଙ୍ଗଳବାର ରାଇକିଆ ସ୍ଵସ୍ତିକ କଲ୍ୟାଣ ମଣ୍ଡପ ଠାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ତିନିଶହରୁ ଉର୍ଦ୍ଧ୍ବ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ପାଇଁ ବହୁତ କମ୍ ପାରିଶ୍ରମିକରେ କାମ କରି ଆସୁଛନ୍ତି। ଗଣଶିକ୍ଷା ବିଭାଗ କିମ୍ବା ଉଚ୍ଚଶିକ୍ଷା ବିଭାଗ ଏଥି ପ୍ରତି କର୍ଣ୍ଣପାତ କରୁନାହିଁ। ସରକାରୀ କର୍ମଚାରୀ ଭଳି ସମସ୍ତ କାମ କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନିୟମିତ ହୋଇ ପାରୁନାହିଁ। ଏ ଦିଗରେ ସରକାରଙ୍କ ପକ୍ଷରୁ ଅନୁଦାନ ପ୍ରଦାନ ନେଇ ସମ୍ପୂର୍ଣ୍ଣ ଅବହେଳା ପ୍ରଦର୍ଶନ କରାଯାଉଥିବାରୁ ସଂଘ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଥିଲା। ସଙ୍ଘ ସଭାପତି ଅଧ୍ୟାପକ ଶଙ୍କର ପାଢ଼ୀ , ଉପସଭାପତି ବିରଞ୍ଚି ନାରାୟଣ ସାହୁ, ସମ୍ପାଦକ ଶିବ ରାମ ବେହେରା, ସାଧାରଣ ସମ୍ପାଦିକା ଗୀତାଞ୍ଜଳି ଗନ୍ତାୟତ, ଉପଦେଷ୍ଟା ଅକ୍ଷୟ ବେହେର ଦଳାଇଙ୍କ ସମେତ ଜିଲ୍ଲାର ବିଭିନ୍ନ କଲେଜରୁ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀମାନେ ଯୋଗ ଦେଇଥିଲେ।

Comments are closed.