ଜାତିଗତ ପ୍ରମାଣପତ୍ର ପାଇଁ ୪୦ ହଜାର ଟଙ୍କା ଠକେଇ, ତଦନ୍ତ କରିବେ ତହଦିଲଦାର

ଫୁଲବାଣୀ/କ.ନୂଆଗାଁ:କନ୍ଧମାଳ ଜିଲା କ.ନୂଆଗାଁ ତହସିଲ ଅଫିସରେ ଦଲାଲ୍ ହୋଇପଡ଼ିଛନ୍ତି ସକ୍ରିୟ। ଜାତିଗତ ପ୍ରମାଣପତ୍ର ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ବିଭିନ୍ନ ସମୟରେ ପ୍ରାୟ ୪୦ ହଜାର ଟଙ୍କା ଠକେଇ ହୋଇଛି। ଏନେଇ ଠକେଇର ଶିକାର ହୋଇଥିବା ବ୍ୟକ୍ତି ଜଣକ ଆଜି କ.ନୂଆଗଁା ଥାନାରେ ଏତଲା ଦେଇଛନ୍ତି। ଏତଲା ଆଧାରରେ ପୁଲିସ୍ ସଂପୃକ୍ତ ଦଲାଲକୁ ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଥିବା ଖବର ମିଳିଛି। ତେବେ ଏହି ଘଟଣା ସମ୍ପର୍କରେ ତଦନ୍ତ କରାଯିବ ବୋଲି କ.ନୂଆଗଁା ତହସିଲ୍‌ଦାର ପ୍ରକାଶ କରିଛନ୍ତି।

 

ମିଳିଥିବା ଖବର ଅନୁଯାୟୀ କ.ନୂଆଗାଁ ଗୁଞ୍ଜିବାଡ଼ି ପଞ୍ଚାୟତ ନୂଆସାହି ଗ୍ରାମର ଅଭିନନ୍ଦନ ପ୍ରଧାନଙ୍କ ଝିଅକୁ ରାଇକିଆ ବ୍ଳକ ଅନ୍ତର୍ଗତ ବରେଡ଼ାକିଆ ସେବାଶ୍ରମରେ ନାମ ଲେଖାଇବା ପାଇଁ ଜାତିଗତ ପ୍ରମାଣପତ୍ର ଆବଶ୍ୟକ ପଡ଼ୁଥିବା ଯୋଗୁଁ ସେ ଆବଶ୍ରକ ଜମି ପଟା ଜନ ସେବା କେନ୍ଦ୍ର ଜରିଆରେ କ.ନୂଆଗାଁ ତହସିଳଦାର କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଏହାପରେ ଗୁଞ୍ଜିବାଡ଼ି ଆର୍.ଆଇ ଆବଶ୍ୟକ କାଗଜପତ୍ର ନଥିବା ଦର୍ଶାଇ ଜାତିଗତ ପ୍ରମାଣପତ୍ର ପ୍ରଦାନ କରିନଥିଲେ। ପୂର୍ବରୁ ଦାଖଲ ହୋଇଥିବା ଜମିପଟା ବାବଦରେ ତାଙ୍କୁ ଜାତିଗତ୍ ପ୍ରମାଣପତ୍ର ମିଳିଥିବା ନେଇ ଦାୟିିତ୍ୱରେ ଥିବା ଆର୍.ଆଇଙ୍କୁ ଅବଗତ କରାଇଥିଲେ ମଧ୍ୟ ଏଥିରେ ଆର୍,୍ଆଇ କୌଣସି ପ୍ରକାର କଥା ଶୁଣିନଥିଲେ।

 

ପରବର୍ତ୍ତି ସମୟରେ ଝିଅକୁ ନାମ ଲେଖାଇବା ପାଇଁ ଜାତିଗତ ପ୍ରମାଣପତ୍ରର ଆବଶ୍ୟକା ଥିବା ବେଲେ ଏହି ସମୟରେ ସୁଶାନ୍ତ ଦିଗାଲ ନାମକ ଜଣେ ବ୍ୟକ୍ତି ଅଭିନନ୍ଦନକୁ ଭେଟିବା ସହିତ ତହସିଲ୍ କାର୍ଯ୍ୟାଳୟରେ ମୋଚ ଚିହ୍ନା ଅଛନ୍ତି ଟଙ୍କା ଖର୍ଚ୍ଚକଲେ ଜାତିଗତ ପ୍ରମାଣପତ୍ର ହୋଇ ପାରିବ ବୋଲି କହି ବିଭିନ୍ନ ସମୟରେ ପ୍ରାୟ ୪୦ ହଜାର ଟଙ୍କା ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପରବର୍ତ୍ତି ସମୟରେ ଦଲାଲ୍ ଜଣକ ଜାତିଗତ ପ୍ରମାଣ ଦେଇ ନଥିଲେ କିମ୍ବା ୪୦ ହଜାର ଟଙ୍କା ମଧ୍ୟ ଫେରାଇ ନଥିବା ଏତଲାରେ ଦର୍ଶାଯାଇଛି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଶିଶୁଟିର ଶିକ୍ଷାଦାନ ପାଇଁ ଆବଶ୍ୟକ ଜାତିଗତ ପ୍ରମାଣପତ୍ର ଦେବାପାଇଁ ଦାବି କରାଯାଇଛି। ଏନେଇ କ.ନୂଆଗାଁ ତହସିଲ୍‌ଦାରଙ୍କୁ ପଚାରାଯିବାରେ ଆବଶ୍ୟକ କାଗଜପତ୍ର ଦାଖଲ କରିଥିଲେ ଜାତିଗତ ପ୍ରମାଣପତ୍ର ମିଳିବାରେ କୌଣସି ପ୍ରକାର ସମସ୍ୟା ନାହିଁ ଓ ଏନେଇ ସେ ତଦନ୍ତ କରିବେ ବୋଲି ମଧ୍ୟ ପ୍ରକାଶ କରିଛନ୍ତି।

Comments are closed.