ଲୁଇସିଂ ଓ କ୍ରାଣ୍ଡିବାଲି ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ

ଫୁଲବାଣୀ/ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ପଂଚାୟତ ମୁଖ୍ୟାଳୟ ଠାରେ ଥିବା ପଂଚାୟତ ଉଚ୍ଚବିଦ୍ୟାଳୟ ପରିସରରେ ଗୋଛାପଡ଼ା ଫରେଷ୍ଟ ସେକସନ ଓ ବାଳନ୍ଦାପଡ଼ା ଫରେଷ୍ଠ ସେକସନର ମିଳିତରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଳନ୍ଦାପଡ଼ା ଫରେଷ୍ଠର ବିମଳା ପଟ୍ଟନାୟକ ଓ ଗୋଛାପଡ଼ା ଫରେଷ୍ଠର ଦିଲିପ କୁମାର ବିଶୋୟୀଙ୍କ ପ୍ରତ୍ୱେକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ କ୍ରାଣ୍ଡିବାଲି ପଂଚାୟତର ସରପଂଚ ଲକ୍ଷ୍ମୀପ୍ରୟା କହଁର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଗୋଛାପଡ଼ା ବନରକ୍ଷୀ ଅଚ୍ୟୁତାନନ୍ଦ ଗଣ୍ଡ, ପକାରି ବନରକ୍ଷୀ ପ୍ରଦୀପ କୁମାର ମଳିକ , ପାହାଡ ଏନଜିଓ ର ଟିମ ଲିଡର ମନୋଜ କୁମାର ସାହୁ ବନବିଭାଗର ଉନ୍ନୟନ ଅଧିକାରୀ ରଘୁନାଥ ରଥ ପ୍ରମୁଖ ଉପସ୍ଥିତ ଥିବା ବେଳେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଏହିସ୍କୁଲ ଟିକୁ କିଛିଦିନ ତଳେ ୫-ଟି ସ୍କୁଲରେ ରୁପାନ୍ତରିତ କରାଯାଇଥିବା ବେଳେ ସ୍କୁଲ ପରିସରରେ ବନବିଭାଗ ତରଫରୁ ଅଂଳା, ସଜନା ,ବରଡା ,କରଞ ଭଳି ବିଭିନ୍ନ ମୂଳ୍ୟବାନ ଗଛ ରୋପାଣ କରାଯାଇଛି। ସେହିଭଳି ଲୁଇସିଂ ପଂଚାୟତ ଅନ୍ତର୍ଗତ ଲୁଇସିଂ ବିଦ୍ୟାଳୟ ପରିସରରେ ମଧ୍ୟ ଏହି ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Comments are closed.