ଫୁଲବାଣୀ ଡାକ ଉପ ମଣ୍ଡଳ ସ୍ଥରୀୟ ଡାକ ମେଳା

ଫୁଲବାଣୀ:କନ୍ଧମାଳ ଜିଲା ଫିରିଙ୍ଗିଆ ବିଜୁ କଲ୍ୟାଣୀ ମଣ୍ଡପ ଠାରେ ଫୁଲବାଣୀ ଡାକ ଉପ ମଣ୍ଡଳ ସ୍ଥରୀୟ ଡାକ ମେଳା ଓ ତାଲିମ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି। ସମୁଦାୟ ୧୦୪ ପୋଷ୍ଟ ଅଫିସରୁ ୯୦ ଜଣ ପୋଷ୍ଟ ମାଷ୍ଟର ଯୋଗ ଦେଇଥିଲେ। ଡାକ ଅଧିକ୍ଷକ ଅସିତ କୁମାର ନାୟକ ଙ୍କ ଦ୍ୱାରା ଅନୁଷ୍ଠିତ କାର୍ୟ୍ୟକ୍ରମରେ ଉପ ଡାକ ଅଧିକ୍ଷକ ମନୋଜ କୁମାର ବେହେରା ଶାଖା ପରିଚାଳକ ଆଇପିପିବି ଅବିନାଶ ପାଣି ଯୋଗ ଦେଇଥିବା ବେଳେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମହନ୍ତ ଯୋଗ ଦେଇ କାର୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର, ଫିରିଙ୍ଗିଆ ପୋଷ୍ଟ ମାଷ୍ଟର ମଳୟ ରଞ୍ଜନ ମିଶ୍ର, ଫୁଲବାଣୀ ଉପଖଣ୍ଡ ଓଭରସର ରଞ୍ଜନ କୁମାର ସାହୁଙ୍କ ସମେତ ଅଙ୍ଗନବାଡି କର୍ମୀ ଆଶା କର୍ମୀ ଓ ଅନ୍ୟ ମାନେ ଯୋଗ ଦେଇଥିଲେ। କାର୍ୟ୍ୟକ୍ରମରେ ଡାକ ବିଭାଗର ବିଭିନ୍ନ ଯୋଜନା ଉପରେ ସଚେତନ କରାଯିବା ସହ ଡାକ ଜରିଆରେ ୧୦୦ରୁ ଅଧିକ ଜମା ଖାତା ଖୋଲା ଯିବା ସହ ସୁକନ୍ୟା ଯୋଜନାରେ ୪୨ ଟି ଜମା ଖାତା ବୀମା ଯୋଜନାରେ ୭୭ଟି ଖାତା ଖୋଲା ଯାଇଥିଲା। ପୋଷ୍ଟ ଅଫିସ ତରଫରୁ ୩୦ ଟଙ୍କା ହିସାବରେ ୪୮ ବୋତଲ ଗଙ୍ଗା ଜଳ ୧୪୪୦ ଟଙ୍କା ବିକ୍ରି କରାଯାଇ ଥିଲା। କାର୍ୟ୍ୟକ୍ରମକୁ ଆୟୋଜକ ଶେଷ ଦେବ ସାହୁ ପରିଚାଳନା କରିଥିଲେ।

Comments are closed.