କର୍କଟରେ ଆକ୍ରାନ୍ତ ମା’ପୁଅ , ଅର୍ଥ ସାଜିଛି ବାଧକ

ଫୁଲବାଣୀ: କେତେବେଳେ ସଟ୍‍ଡ଼ାଉନ୍‍ ତ ପୁଣି କେତେବେଳେ ଲକ୍‍ନାଉନ୍‍ କରିଛି କାଳ ଏକ ଗରୀବ ପରିବାରକୁ। ଦିନ ମଜୁରିଆ ଓ ପରର କାମ କରି ଯେଉଁ କିଛି ଟଙ୍କା ରୋଜଗାର କରୁଥିଲେ ସେଥିରେ ଗୁରୁତ୍ୱର କର୍କଟ ରୋଗରେ ପିଡ଼ିତ ସ୍ତ୍ରୀ ଓ ପୁଅକୁ ଚିକିତ୍ସା କରୁଥିଲେ। ତେବେ ଲକ୍‍ଡ଼ାଉନ୍‍ ଯୋଗୁଁ କାମ ବନ୍ଦ ଥିବା ବେଳେ ପୂର୍ବଭଳି ମଧ୍ୟ ରୋଜଗାର ନାହିଁ। ୨ ମାସ ହେଲା ଚିକିତ୍ସା ପାଇଁ ନାହାନ୍ତି ସ୍ତ୍ରୀ ଓ ପୁଅ। ପରିସ୍ଥିତି ଏଭଳି ହେଲାଣି ଯେ,କର୍କଟ ରୋଗରେ ପିଡ଼ିତ ସ୍ତ୍ରୀର ମୁହଁରୁ ମାଂସ ଖସିବା ଆରମ୍ଭ କରିଥିବା ବେଳେ ପୁଅ ଏକ ପ୍ରକାର ଦୁସ୍ଥ ହୋଇ ପଡ଼ିଛି। ଅନ୍ୟପକ୍ଷରେ ଗାଡ଼ିମଟର ଚାଲୁନଥିବ ଯୋଗୁଁ ଧାରି କରଜ କରି ଚିକିତ୍ସା ପାଇଁ ଡ଼ାକ୍ତରଖାନା ନେବାକୁ ଇଛା କରିଥିଲେ ମଧ୍ୟ ବର୍ତ୍ତମାନ ବେସରକାରୀ ଗାଡ଼ିଭଡ଼ା ଶୁଣି ବାଧ୍ୟ ହୋଇ ୨ ମାସ ହେଲା ଚିନ୍ତାରେ ରହିଛନ୍ତି ଏହି ପରିବାର। ବର୍ତ୍ତମାନ ମା ଓ ପୁଅର ପରିସ୍ଥିତି ଯେଭଳି ହୋଇଛି ନଦେଖିବା ଲୋକ ବିଶ୍ୱାସ କରିବ ନାହିଁ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖାଯାଇଥିଲା କନ୍ଧମାଳ ଜିଲା ରାଇକିଆ ବ୍ଳକର ଇନ୍ଦ୍ରଗଡ଼ ପଂଚାୟତର ଗାନ୍ଧାରୀଭୁଇଁ ଗ୍ରାମରେ। ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ ଯୋଜନା କାର୍ୟ୍ୟକାରୀ କରି ସେଥିରେ ୫ଲକ୍ଷ ଟଙ୍କା ଏବଂ ମହିଳା ମାନଙ୍କୁ ୭ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ସ୍ୱାସ୍ଥ୍ୟ ବୀମା ସୁବିଧା ପାଇବେ ବୋଲି ଡିଣ୍ଡିମ ପିଟୁଥିବା ବେଳେ ତାହା କେବଳ ନାମକୁ ମାତ୍ର ବୋଲି ଜଣାପଡ଼ିଛି। ଗାନ୍ଧାରୀଭୁଇଁ ଗ୍ରାମର ବିଜୟ ପାତ୍ର ଙ୍କର ପତ୍ନୀ ପ୍ରଭାସିନୀ ପାତ୍ର(୪୦) ଓ ପୁଅ ବାବୁଲା ପାତ୍ର(୨୫)ଙ୍କ କ୍ଷେତ୍ରରେ। ଦୁହେଁ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଦୁହିଁଙ୍କର ଚିକିତ୍ସାରେ ଅର୍ଥ ସାଜିଛି ବାଧକ। ଦୀର୍ଘ ୨ବର୍ଷ ହେବ ମା ପୁଅ ଦୁହେଁ ଏହି ରୋଗରେ ପୀଡ଼ିତ ଥିବା ବେଳେ ସେମାନଙ୍କ ଏହି ରୋଗ ଦିନକୁ ଦିନ ବଢ଼ିବାରେ ଲାଗିଛି। ରୋଗ କାରଣରୁ ମା ପ୍ରଭାସିନୀ ଙ୍କ ମୁହଁରୁ ମାଂସ ଖସିବାକୁ ଲାଗିଥିବା ବେଳେ ପୁଅ ବାବୁଲା ର ମସ୍ତିସ୍କ କର୍କଟ ରୋଗ ହୋଇଥିବାରୁ ତାର ଶରୀର ସମେତ ହାତ ଗୋଡ଼ ଗୁଡ଼ିକ ଧିରେଧିରେ ଶୁଖିବାକୁ ଲାଗିଛି। ଯାହା ଫଳରେ ମା ପ୍ରଭାସିନୀ ନିଜ ମୁହଁକୁ ତଉଲାଇରେ ଘୋଡ଼ାଇ ଘରେ ଶୋଇରହୁଥିବା ବେଳେ ବାବୁଲା ଚଲାବୁଲା କରିପାରୁନାହିଁ। ଔଷଧ କିଣିବାକୁପାଖରେ ଟଙ୍କାଟିଏ ନଥିବା ବେଳେ ପାଖରେ ଯାହା କିଛି ସମ୍ବଳ ଥିଲା ସେଥିରେ ଆଜି ଯାଏଁଆଜି ପର୍ୟ୍ୟନ୍ତ ଚିକିତ୍ସା କରିଆସିଛନ୍ତି ବୋଲି ବାବୁଲାଙ୍କ ବାପା ବିଜୟ ପାତ୍ର କହିଛନ୍ତି। ତେବେ ବର୍ତମାନ ଚିକିତ୍ସା ପାଇଁ ଅଧିକ ଟଙ୍କା ଆବଶ୍ୟକ ହେଉଥିବା ବେଳେ ପାଖରେ ଟଙ୍କା ନଥିବା ବୋଲି ସେ କହିଛନ୍ତି।ଅତ୍ୟନ୍ତ ଗରୀବ ଶ୍ରେଣୀର ଉକ୍ତ ପରିବାର ହୋଇଥିବା ବେଳେ ବାପା ଘରେ ଥିବା ଗାଈ,ଛେଳି ଓ ମେଣ୍ଢା ଆଦି ବିକ୍ରି କରିବା ସହିତ ଧାର ଉଧାର କରି ସୋରଡ଼ା ଓ ବ୍ରହ୍ମପୁର ମେଡିକାଲ କୁ ଚିକିତ୍ସା ପାଇଁ ପତ୍ନୀ ଓ ପୁଅ ଙ୍କୁ ନେଇଥିଲେ। ତେବେ ଅଧିକା ଚିକିତ୍ସା ପାଇଁ କଟକ ଯିବା ପାଇଁ ବ୍ରହ୍ମପୁର ରେ ଡାକ୍ତର କହିଥିଲେ।ତେବେ ପାଖରେ ଟଙ୍କା ନଥିବାରୁ ବିଜୟ ନିଜ ପତ୍ନୀ ଓ ପୁଅକୁ ଘରକୁ ନେଇ ଫେରିଆସିଥିଲେ। ବର୍ତମାନ ପ୍ରଭାସିନୀଙ୍କ ମୁହଁରେ ଘା ସଂକ୍ରମିତ ହେବାକୁ ଲାଗିଥିବା ବେଳେ ବାବୁଲାଙ୍କ ଅବସ୍ଥା ଶୋଚନୀୟ ହେବାକୁ ବସିଛି। ତେଣୁ ମା ଓ ପୁଅଙ୍କ ଚିକିତ୍ସା ପାଇଁ ସରକାର ସହାୟତା କରିବା ପାଇଁ ସ୍ୱାମୀ ସମେତ ଗ୍ରାମର ରାମ ନାୟକ, ସିଦେ୍ଧ÷ଶ୍ୱର ନାୟକ ପ୍ରମୁଖ ଦାବି କରିଛନ୍ତି। ଜିଲା ପ୍ରଶାସନ ଏହାକୁ ଗୁରୁତ୍ୱର ସହିତ ଗ୍ରହଣ କରିବା ଆବଶ୍ୟକ ହୋଇ ପଡ଼ିଛି।

Comments are closed.