ଫୁଲବାଣୀରେ ଧୁମ୍ ଧାମରେ ଚାଲିଛି ଦୁର୍ଗାପୂଜା 

ଫୁଲବାଣୀ : କରୋନା କାରଣ ଯୋଗୁଁ ଗତ ୨ ବର୍ଷ ହେଲା ଫୁଲବାଣୀରେ ଦୁର୍ଗାପୂଜା କୌଣସି ପ୍ରକାର ଜାକଜମକରେ ପାଳିତ ହୋଇ ପାରିନଥିବା ବେଳେ ଚଳିତ ବର୍ଷ କୌଣସି ପ୍ରକାର କଟକଣା ନଥିବା ଯୋଗୁଁ ବେଶ୍ ଜାକଜମକରେ ଚାଲିଛି ଦୂର୍ଗାପୂଜା । ବିଭନ୍ନ ମଣ୍ଡପରେ ପୂଜା ଚାଲିଛି । ସହରର ବସଷ୍ଟାଣ୍ଡ , ମାଦିକୁନ୍ଦା ଛକର ଭବାନି ବଜାର, ବ୍ଳକ ଛକ ସ୍ଥିତ ଓଡ଼ିଶା ଗାଡ଼ି ଚାଳକ ସଂଘ, ଆରଟିଓ ଅଫିସ୍ ଛକ, ବିଦ୍ୟୁତ୍ ବିଭାଗ ଓ ସତ୍ୟସାଇ ହାଇସ୍କୁଲ ରାସ୍ତା କଡ଼ରେ ଦେବୀ ଦୁର୍ଗାଙ୍କ ଆକର୍ଷଣୀୟ ମେଢ ସାଙ୍ଗକୁ ତୋରଣ ଭକ୍ତ ଓ ଦର୍ଶକ ମାନଙ୍କୁ ବେଶ୍ ଆକର୍ଷିତ କରୁଛି । ଏଥି ସହିତ ଜିଲାର ବଲସକୁମ୍ପା ସ୍ଥିତ ବରାଳଦେବୀ ମନ୍ଦୀର, ଫୁଲବାଣୀ ସ୍ଥିତ ଦେବୀ ମନ୍ଦୀର ସହିତ ଅନ୍ୟ ଦେବୀ ମନ୍ଦିର ମାନଙ୍କରେ ମଧ୍ୟ ଚଳିତ ବର୍ଷ ଆଡ଼ମ୍ବର ସହିତ ଏହି ପୂଜା ପାଳିତ ହେଉଛି । ରାତି ସମୟରେ ରଙ୍ଗୀନ୍ ଆଲୋକରେ ଝଲସି ଉଠୁଛି ଫୁଲବାଣୀ ସହର।

Comments are closed.