୪ ଦିନ ପାଇଁ ଫୁଲବାଣୀ ଓ ବାଲିଗୁଡ଼ା ପୌରାଞ୍ଚଳ ସଟଡାଉନ୍‍

ଫୁଲବାଣୀ: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଶନିବାରଠାରୁ ୪ ଦିନ ଫୁଲବାଣୀ ଓ ବାଲିଗୁଡା ସହରରେ ସଟଡାଉନ୍‍ ଘୋଷଣା ହୋଇଛି। ଏହି ୪ ଦିନ ସମସ୍ତ ଦୋକାନ ବଜାର ଓ କାର୍ଯ୍ୟାଳୟ ସହିତ ଯାନ ବାହାନ ଚଳାଚଳ ମଧ୍ୟ ସଂପୂର୍ଣ୍ଣଭାବେ ବନ୍ଦ ରହିବ। ତେଣୁ ଆଜି ଉଭୟ ଫୁଲବାଣୀ ଓ ବାଲିଗୁଡ଼ା ବଜାରରେ ପ୍ରବଳ ଭିଡ ହୋଇଥିଲା। ଲୋକେ ୪ ଦିନ ପାଇଁ ଆବଶ୍ୟକ ପନିପରିବା ଓ ଅତ୍ୟାବଶ୍ୟକ ରାସନ ସାମଗ୍ରୀ କିଣିବାକୁ ଦୋକାନମାନଙ୍କରେ ବେଶ୍‍ ଭିଡ ଜମିଥିବାର ଦେଖାଯାଇଥିଲ।। ଏପରିକି ଅନେକ ବିନା କାରଣରେ ମଧ୍ୟ ବଜାରରେ ଭିଡ଼ ଜମାଇଥିବାର ଦେଖାଯାଇଛିା ଭିଡପାଇଁ ବିଭିନ୍ନ ସ୍ଥାନରେ ସାମାଜିକ ଦୂରତା ରହୁ ନ ଥିଲା। ବିଭିନ୍ନ ଛକମାନଙ୍କରେ ପୁଲିସ ଜଗିବା ସହ ପାଟ୍ରୋଲିଂ ଗାଡି ବୁଲିଥିଲ।।

Comments are closed.