ସଂଘର୍ଷର ଅନ୍ୟନାମ ଯଦୁନନ୍ଦନ; ପୁଣି ହେଲେ ବଲିଉଡ୍‌ ମୁହାଁ

ଫୁଲବାଣୀ,ବାଲିଗୁଡା: କନ୍ଧମାଳ ଜିଲାର ଜଣେ ପରିଚିତ କଳାକାର ହେଉଛନ୍ତି ଯଦୁନନ୍ଦନ । ସଂଘର୍ଷର ଅନ୍ୟନାମ ଯଦୁନନ୍ଦନ କହିଲେ ଅତ୍ୟୁକ୍ତି ହେବନାହିଁ ।  କନ୍ଧମାଳ ଜିଲା ବାଲିଗୁଡ଼ା ଅଞ୍ଚଳର ଏହି ଯୁବକ ନ୍ୟାସନାଲ୍‌ ସ୍କୁଲ ଅଫ୍‌ ଡ୍ରାମାର ଅଭିନୟ ଓ କଳାରେ ଶିକ୍ଷାଲାଭ କରିବା ପରେ ଅନେକ ବଲିଉଡ୍‌  ସିନେମାରେ ମଧ୍ୟ ଅଭିନୟ କରିଛନ୍ତି । କଳା ନିର୍ଦ୍ଦେଶନା ଭାର ନେବା ପରେ ଅନେକ ହିନ୍ଦୀ , ପଞ୍ଜାବୀ  ସିରିଏଲ୍‌ରେ  ଓ ସିନେମାରେ ମଧ୍ୟ  ଅଭିୟନ କରିଛନ୍ତି । ମଣିରତ୍ନମ , ରାମ ଗୋପାଳ ବର୍ମାଙ୍କ ଭଳି ବଡ଼ ବଡ଼ ନିର୍ଦ୍ଦେଶନାରେ ନିର୍ଦ୍ଦେଶିତ ଏକାଧିକ ହିନ୍ଦୀ ସିନେମାର ଅଭିୟନ କରିଛନ୍ତି କିନ୍ତୁ ସେଭଳି ସଫଳତା ପାଇପାରିନାହାନ୍ତି ।

ଓଡ଼ିଶାରେ କାମ କରିବାକୁ ଇଛାଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କ ସୁଯୋଗ ମିଳିନାହିଁ ବୋଲି ପ୍ରକାଶ କରିଛନ୍ତି ଯଦୁନନ୍ଦନ ।  କରୋନା କଟକଣା ପରେ ସେ ବଲିଉଡ୍‌ ଜଗତରୁ ଫେରି ଆସି କିଛିଦିନ ନିଜ ଗ୍ରାମରେ ରହିବା ପରେ ପୁଣିଥରେ ତାଙ୍କର ସଂଘର୍ଷମୟ ଜୀବନ ଆରମ୍ଭ କରିବାକୁ ବଲିଉଡ୍‌ ମୁହାଁ ହୋଇଛନ୍ତି । ଏବେ ସେ ନିଜ ସଂଘର୍ଷ ପାଇଁ ହିମାଚଳ ପ୍ରଦେଶ ଯାଇ  ଅଭିନୟ ଜଗତରେ ପାଦ ଦେଇଥିବା ବେଳେ ସେଠାରେ ଚାଲିଥିବା ଏକ ସିନେମାରେ ମଧ୍ୟ ସେ ଅଭିନୟ କରୁଛନ୍ତି ।

Comments are closed.