MEllora 950×100

ବ୍ଲକ ମିଶନଶକ୍ତି ଭବନ ଉଦଘାଟନ

ଫୁଲବାଣୀ: କନ୍ଧମାଳ ଜିଲା ଖଜୁରୀପଡା ବ୍ଲକ ପରିଷରରେ ମିଶନଶକ୍ତି ଭବନ ଉଦଘାଟନ ହୋଇଯାଇଛି ।  ମିଶନଶକ୍ତି ଭବନ ନିର୍ମାଣ ସରିବା ପରେ ମୁଖ୍ୟ ଅତିଥି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ କରକମଳରେ ଏହା ଉଦଘାଟନ ହୋଇଯାଇଛି । ରାଜ୍ୟରେ ମିଶନଶକ୍ତି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କିଭଳି ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବାକୁ ବିନା ସୁଦ୍ଧରେ ପ୍ରତ୍ୟେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୫ଲକ୍ଷ ପର୍ଯ୍ୟନ୍ତ ଟଙ୍କା ପ୍ରଦାନ କରିବେ ସେନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ବୋଲି ସାଂସଦ ଉପସ୍ଥିତ ସମସ୍ତ ଏସଏଚଜି ଗ୍ରୁପ ଏବଂ ସରପଂଚ ସମିତିସଭ୍ୟ ସଭ୍ୟାମାନଙ୍କୁ ବୁଝାଇଥିଲେ ।

ଏହି ଉଦଘାଟନ ବେଳେ ସମ୍ମାନୀତ ଅତିଥି ଭାବେ ପଂଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ଅନିମାଁ କହଁର, ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ଜିଲ୍ଲା ପ୍ରକଳ୍ପ ଅଧିକାରୀ ବିଶ୍ୱରଂଜନ ନାୟକ, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଉର୍ବଶୀ ଦିଗାଲ, ମନୋରଂଜନୀ ଯାନୀ, ସାଂସଦ ପ୍ରତିନିଧି ପଙ୍କଜ ମଲିକ, ବିଡିଓ ଅନୁପମା ଘୋଷ, ଅତିରିକ୍ତ ବିଡ଼ିଓ ସଲିଲ ଦାସ, ସିଡିପିଓ ଗୀତାଜଂଳି ପଣ୍ଡାଙ୍କ ସମେତ ପଂଚାୟତ ସମିତିର ସମସ୍ତ ସରପଂଚ ସମିତି ସଭ୍ୟ ସଭ୍ୟା, ସରକାରୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ସମସ୍ତ ପଂଚାୟତରେ ନାବାଳିକା ବିବାହ ମୁକ୍ତ କରିବାକୁ ପଂଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ କହଁର ଉପସ୍ଥିତ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆହ୍ୱାନ ଦେଇଥିଲେ । ପ୍ରତ୍ୟେକ ଗ୍ରାମପଞ୍ଚାୟତ ପାଇଁ ସରକାରୀ ସହାୟତା ଆସିଥିବା ନେଇ ସିଡିପିଓ ସୂଚନା ଦେଇଥିଲେ।

Comments are closed.