ରେଳ ବିହାର ଯୁବ ପରିଷଦର ଦ୍ୱିତୀୟ ବାର୍ଷିକ ଉତ୍ସବ

ଯୁବ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ରେଳ ବିହାର ଯୁବ ପରିଷଦ କାର୍ଯ୍ୟାଳୟରେ ଦ୍ୱିତୀୟ ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟବକ୍ତା ଭାବେ ପୂର୍ବତନ ବିଧାୟକ ତଥା ପରିବେଶବିତ ଦିଲ୍ଲୀପ ଶ୍ରୀଚନ୍ଦନ ଯୋଗ ଦେଇ ପରିବେଶ ସୁରକ୍ଷା ପାଇଁ ବ୍ୟାପକ ବୃକ୍ଷ ଚାରା ରୋପଣ ଲାଗି ଆହ୍ବାନ ​ଦେଇଥିଲେ । ରେଳ ବିହାର ଯୁବ ପରିଷଦର ସଭାପତି ପ୍ରତ୍ୟୁଷ ଭଞ୍ଜ ଓ ସମ୍ପାଦକ ଅନୁ ଜେନା ଏହି ଉତ୍ସବ ଆୟୋଜନର ନେତୃତ୍ବ ନେଇଥିଲେ । ଏହି ଅବସରରେ ଅତିଥିମାନେ “ସବୁ କଥା ଆମ ପଛ- ଗଛ ଲଗାଇବା ଆସ” ସଂକଳ୍ପ ନେବାକୁ କହିଥିଲେ।

ବାର୍ଷିକ ଉତ୍ସବରେ ଯୁବ ସାମ୍ବାଦିମାନଙ୍କକୁ ସମ୍ମାନୀତ କରାଯାଇଥିଲା । ସର୍ବ ପୁରାତନ ସମ୍ଵାଦ ପତ୍ର ‘ସମାଜ’ରୁ ପ୍ରଦୀପ କୁମାର ଜେନା, ଆଜ୍ ତକ୍ ଟେଲିଭିଜନ ଚ୍ୟାନେଲରୁ ଅଜୟ କୁମାର ନାଥ, ସାମ୍ବାଦିକା ଦିପ୍ତିମୟୀ ନାୟକ ଓ ପ୍ରତିଦିନ ଟିଭିରୁ ଗୌତମୀ ପରିଡା ପ୍ରମୁଖଙ୍କୁ ବୃକ୍ଷ ଚାରା, ଉତ୍ତରୀୟ, ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା।

Comments are closed.