ଚାରି ମାସ ନ ପୂରୁଣୁ ଧସିଲା ବିଜୁ ସେତୁ ସୁରକ୍ଷା ପାଚେରୀ

ଫୁଲବାଣୀ : କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତ ଓ କୋଟଗଡ ବ୍ଲକ ପାରିଗଡ଼ ପଞ୍ଚାୟତ ପୀଡ଼ା ମାହା, ମାଲାଙ୍ଗ ପଦର, ବୁଡା କାମ୍ବା, ଜଗଡ଼ି, ସ୍ଲିକିକୁ ସଂଯୋଗ କରୁଥିବା ନାଳ ଉପରେ ବାଲିଗୁଡ଼ା ଆରଡି ବିଭାଗ ପକ୍ଷରୁ ଏକ କୋଟି ୪୫ ଲକ୍ଷ ଟଙ୍କାରେ ଠିକାଦାର ଜଣଙ୍କ ବିଜୁ ସେତୁ ଯୋଜନାରେ ସୁରକ୍ଷା ପାଚେରୀ ନିର୍ମାଣ କାର୍ଯ୍ୟ ୪ ମାସ ହେବ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ । ଏହାର କାର୍ଯ୍ୟ ଅତି ନିମ୍ନ ମାନର ହୋଇଥିବା ଯୋଗୁଁ ଅସରାଏ ବର୍ଷାରେ ରାସ୍ତା ଦବି ଯାଉଛି। ଠିକାଦାର ଏଭଳି ନିମ୍ନମାନର କାର୍ଯ୍ୟ କରି ସରକାରୀ ଅର୍ଥକୁ ଆତ୍ମସାତ କରିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପୋଲ ମାନ ତଦାରଖ କରିବା ସହ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି।

Comments are closed.