ସାହିତ୍ୟ ହେଉଛି ସମାଜର ମାନଦଣ୍ଡ, ସାହିତ୍ୟ ସଂସ୍କୃତି କଳା ବିନା ସମାଜର ବିକାଶ ଅସମ୍ଭବ

କୁଆଁପାଳ: କଟକ ଜିଲା ମାହାଙ୍ଗା ବ୍ଲକ ଅଂଚଳର ପ୍ରଖ୍ୟାତ ସାରସ୍ୱତ ସାହିତ୍ୟ ସାଧକ ଦ୍ବିତୀୟ ଭଞ୍ଜ ଗୋଲକ ଚନ୍ଦ୍ର ପ୍ରଧାନଙ୍କ ସାରସ୍ୱତ ସାହିତ୍ୟ ସଭା ଓ ଜୟନ୍ତୀ ଉତ୍ସବ ଗୋପାଳପୁର ସ୍ଥିତ ବିରଭଦରେଶ୍ୱର ଉଚବିଦ୍ୟାଳୟ ବଙ୍ଗୀରାଜ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦ୍ଵିତୀୟ ଭଞ୍ଚ ସାହିତ୍ୟ ସଂକୃତି ସଂସଦ ଗୋପାଳପୁର ଆନୁକୂଲ୍ୟରେ ସୋମବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଏହି ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ପ୍ରତାପ ଜେନା ଯୋଗଦେଇ କବି ପ୍ରଧାନଙ୍କ ରଚିତ ସାହିତ୍ୟ ଓ କବିତା ଓଡ଼ିଆ କଳା ସାହିତ୍ୟ ପରମ୍ପରାକୁ ଉଜ୍ଜୀବିତ କରିଛି, ଭଞ୍ଜ ସାହିତ୍ୟକୁ ସରଂଚନା କରି କବି ପ୍ରଧାନ ଯେଉଁ ଯଶ ଅର୍ଜନ ରଖିଯାଇଛନ୍ତି ତାହା ସମସ୍ତ ସାହିତ୍ୟ ପ୍ରତି ଏକ ମାଇଲ ଖୁଣ୍ଟ ବୋଲି କହିଥିଲେ।

ସଂସଦର ସଭାପତି ଔପନାସିକା ବିଦୁଲତା ପ୍ରଧାନଙ୍କ ସ୍ୱଭାପତିତ୍ୱରେ ବିଶିଷ୍ଠ ଅତିଥି ଭାବେ ପ୍ରଫେସର କୁମରବର ଦାଶ, ମୁଖ୍ୟ ବକ୍ତା ଭାବେ ସଂଗ୍ରାମ କେଶରୀ ସାମନ୍ତରାୟ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ନିରୋଦ କୁମାର ଦାସ, ସମ୍ମାନିତ ବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ବ୍ରଜସୁନ୍ଦର ନାୟକ, ବ୍ଲକ ଅଧ୍ୟକ୍ଷା ଦୀପା ମଲ୍ଲିକ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ରାଜକିଶୋର ଜେନା, ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ଜିଲ୍ଲାପାରିସଦ ସଭ୍ୟ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ନିସ୍ଚନ୍ତକୋଇଲି ବ୍ଲକ ଉପାଧ୍ୟକ୍ଷ ଅଶୋକ ଓଝା, ପ୍ରଧାନ ଶିକ୍ଷକ ଦିଲୀପ କୁମାର ରାଉତରାୟ, ଜ୍ୟୋତି ରଂଜନ ସ୍ୱାଇଁ,ରମାକାନ୍ତ ମହାନ୍ତି ପ୍ରମୁଖ ଯୋଗଦେଇ ଭଞ ସାହିତ୍ୟ ଓ ଗୋଲକ ଚନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଥିବା ସାହିତ୍ୟ ତତ୍ୱ ଉପରେ ଅଲୋଚନା କରିଥିଲେ।

ସଂସଦର ସମ୍ପାଦକ କବି ଗୌତ୍ତମ ଚରଣ ଜେନା ସଭାରେ ସଂଯୋଜନା ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପ୍ରଧାନ ଶିକ୍ଷକ ବିଭୁତି ଭୂଷଣ ଶତପଥୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ, ଏଥିରେ କବି ରାଜକିଶୋର ମିଶ୍ର କବି ଭକ୍ତ ଚରଣ ସାହୁ, ନରେନ୍ଦ୍ର ପରିଡା ଇଂ ଚିନ୍ମୟ କୁମାର ଜେନା, ସୁବାଷ ମହାନ୍ତି, ତ୍ରିନାଥ ଜେନା, ଆଲୋକ ସେଠି, ଜୟପ୍ରକାଶ ସାହୁ, ଉଦୟଭାନୁ ମଲ୍ଲିକ, ଅନୁପମ ମିଶ୍ର, ନରହରି ସେଠି ସମେତ ସଂସଦର ବହୁ କର୍ମକର୍ତା ଉତ୍ସବରେ ସହଯୋଗ କରିଥିଲେ।

ଏହି ଅବସରରେ ରାଜ୍ୟର କୋଡିଏ ଜଣ ସାହିତ୍ୟିକ କବି ଓ ବିଶିଷ୍ଠ ବ୍ୟକ୍ତିଙ୍କୁ ଦ୍ବିତୀୟ ଭଞ୍ଜ ଗୋଲକ ପ୍ରଧାନ ସମ୍ମାନରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା,ଏହି ଅବସରରେ କବି ନରେନ୍ଦ୍ର ପରିଡାଙ୍କ ରଚିତ ସାହିତ୍ୟ ପୁସ୍ତକ ସାହିତ୍ୟ ନିର୍ଝରଣୀ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା, ଏଥିସହ କବି ଗୋଲକ ପ୍ରଧାନ ଙ୍କ ଏକ ପ୍ରତିମୂର୍ତ୍ତି ମାହାଙ୍ଗା ପ୍ରତିଭା ଭବନରେ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟ ଅତିଥି ଶ୍ରୀ ଜେନା ସୂଚନା ଦେଇଥିଲେ, ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା, ଏଥିରେ ବିଭିନ୍ନ ଜିଲ୍ଲାର କବି ସାହିତ୍ୟିକ ମାନେ ଯୋଗଦେଇ ଭଞ୍ଜ ସାହିତ୍ୟ ଉପରେ ଆଲୋଚନା କରିଥିଲେ।

Comments are closed.