MEllora 950×100

ଜଙ୍ଗଲରୁ ମଣିଷ କଙ୍କାଳ ଜବତ

ଫୁଲବାଣୀ: ଖଜୁରୀପଡା ଥାନା ଅନ୍ତର୍ଗତ ଦୁତିମେଣ୍ଡି ଗ୍ରାମପଞ୍ଚାୟତ ଟକଲି ସ୍ଥିତ ସମ୍ବରଗୁହାଳ ଜଙ୍ଗଲରୁ ମଣିଷ କଙ୍କାଳ ଜବତ ହୋଇଛି । ଖଜୁରୀପଡା ପୁଲିସ କଙ୍କାଳ ଜବତ କରିଥିବା ବେଳେ, କଙ୍କାଳଟି ବହୁ ପୁରୁଣା ହୋଇଥିବା ଦେଖିବାକୁ ମିଳିଛି ।  ଏନେଇ କୌଣସି ସୁତ୍ରରୁ ଖବର ପାଇ ଦୁତିମେଣ୍ଡି ଗ୍ରାମପଞ୍ଚାୟତ ସରପଂଚ ଶ୍ରୀମତୀ ଦମୟନ୍ତୀ ମଲିକଗତ ୨୬ ତାରିଖରେ ଲିଖିତ ଭାବେ ଖଜୁରୀପଡା ଥାନାରେ ଜଣାଇବା ପରେ ଥାନା ଅଧିକାରୀ ଗେଲ୍ଲୀ କୁମାରୀ ସାହୁଙ୍କ ସହ ପୁଲିସ ପହଞ୍ଚି ଘଟଣା ସ୍ଥଳରୁ ଚପଲ, ଗାମୁଛା ଏବଂ କିଛି ହାଡ ଜବତ କରିଛି । ସେଗୁଡ଼ିକୁ ସାଇଣ୍ଟିଫିକ ତଦନ୍ତ ପାଇଁ ପଠାଯିବ ବୋଲି ଥାନା ଅଧିକାରୀ କହିଛନ୍ତି । କନ୍ଧମାଳ ଜିଲ୍ଲା ସମେତ ଜିଲ୍ଲାର ସମସ୍ତ ପଡୋଶୀ ଜିଲ୍ଲାର ଥାନା ଗୁଡିକୁ ମଧ୍ୟ ଖଜୁରୀପଡା ପୁଲିସ ସୂଚନା ଦେଇଥିବା ଥାନା ଅଧିକାରୀ କହିଛନ୍ତି । ଏନେଇ ଖଜୁରୀପଡା ଥାନାରେ ୮/୨୨ରେ ଅଜ୍ଞାତ ବ୍ୟକ୍ତିଙ୍କ କଙ୍କାଳ ଜବତ ମାମଲା ରୁଜୁକରି ଆଗକୁ ଅଧିକ ତଦନ୍ତ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀମତୀ ସାହୁ ସୂଚନା ଦେଇଛନ୍ତି । ତେବେ ଏହି ଘଟଣା ସମଗ୍ର ଅଚଂଳରେ ଆଲୋଚନାର ବିଷୟ ହୋଇଛି ।

Comments are closed.