ଦେଶବାସୀଙ୍କୁ ଫିଲିପାଇନ୍ସ ରାଷ୍ଟ୍ରପତିଙ୍କ ଚେତାବନୀ ; ଟିକା ନ ନେଲେ ଭାରତ ଚାଲିଯାଅ

ମାନିଲା : ଟିକାକରଣ ସମ୍ପର୍କରେ ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଦୁତେର୍ତେ ଅତି କଠୋର ମନୋଭାବ ପୋଷଣ କରିଛନ୍ତି। ଦେଶର ସରକାରୀ ଟିଭିରେ ପ୍ରସାରିତ ଟିକାକରଣ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବାବେଳେ ଦୁତେର୍ତେ କହିଛନ୍ତି ଯେ ଦେଶରେ ଯେଉଁମାନେ ଟିକା ନେଉ ନାହାନ୍ତି ସେମାନଙ୍କୁ ଗିରଫ କରାଯିବ। ଆଉ ଯେଉଁମାନେ ଟିକା ନେବାକୁ ଇଚ୍ଛା କରୁ ନାହାନ୍ତି ସେମାନେ ଭାରତ କିମ୍ବା ଆମେରିକା ଚାଲିଯିବା ଉଚିତ। ଏହି ଦକ୍ଷିଣ ଏସୀୟ ରାଷ୍ଟ୍ର କ​‌େ​‌ରାନା ଭୂତାଣୁ ସଂକ୍ରମଣ ଚିନ୍ତାଜନକ ରହିଛି। ଦୁତେର୍ତେ କହିଛନ୍ତି ଯେ ସଂକ୍ରମଣର ମୁକାବିଲା ପାଇଁ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଛି। ଦେଶ ସଂକଟଜନକ ପରିସ୍ଥିତି ଦେଇ ଗତି କରୁଛି। ଜନସାଧାରଣ ଏହା ବୁଝିବା ଦରକାର। ଟିକା ନ ନେବା ଲୋକ ବଦ୍‌ମାସ। ଆବଶ୍ୟକ ପଡ଼ିଲେ ସେମାନଙ୍କୁ ଜବରଦସ୍ତ ଟିକା ଦିଆଯିବ; ନଚେତ୍‌ ଗିରଫ କରାଯିବ। ଏଭଳି ନିଷ୍ପତ୍ତି ପାଇଁ ତାଙ୍କୁ ଭୁଲ୍‌ ବୁଝିବା ଅନୁଚିତ ଏବଂ ଏଥିପାଇଁ ତାଙ୍କୁ ବାଧ୍ୟ କରାଇବା ଅନୁଚିତ। ଟିକା ନ ନେଇଥିବା ଲୋକ ଦେଶ ପାଇଁ ଏବେ ବୋଝ, ସେମାନେ ଦେଶ ଛାଡ଼ି ଚାଲଯିବା ଉଚିତ ବୋଲି ସେ କହିଛନ୍ତି।

Comments are closed.