ଛାତ୍ର ଛାତ୍ରୀଙ୍କ ପାଇଁ ଅନୁଷ୍ଠିତ ହେଲା ଡାକ ଟିକଟ ପ୍ରଦର୍ଶନୀ

ବୌଦ୍ଧ : ନବୋଦୟ ବିଦ୍ୟାଳୟରେ ଡାକ ଟିକଟ,ଷ୍ଟାମ୍ପ,ଦେଶ ବିଦେଶର ମୁଦ୍ରା ଓ ନୋଟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି l ବୌଦ୍ଧର ସୁନାମଧନ୍ୟ ସଂଗ୍ରାହକ ଶ୍ରୀ ବିଶ୍ୱନାଥ ମିଶ୍ର ନିଜ ଉଦ୍ୟମରେ ସଂଗ୍ରହ କରିଥିବା ଡାକ ଟିକଟ, ଷ୍ଟାମ୍ପ, ଦେଶ ବିଦେଶର ମୁଦ୍ରା ଓ ନୋଟକୁ ବୌଦ୍ଧ ପାଲଝର ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟ ରେ ପ୍ରଦର୍ଶନ କରିଥିଲେ l

ଏହି ପ୍ରଦର୍ଶନୀରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଶିକ୍ଷକ ବୃନ୍ଦ ସାମିଲ ହୋଇଥିଲେ । ପ୍ରଦର୍ଶନୀ ରେ ଶ୍ରୀ ମିଶ୍ର ଛାତ୍ର ଛାତ୍ରୀମାନଙ୍କୁ ସଂସ୍କୃତି, ମହାପୁରୁଷ ମାନଙ୍କର ବାଣୀ ଓ କର୍ମ, ମୁଦ୍ରା ଆଦି ଡାକ ଟିକଟ ଓ ମୁଦ୍ରା ମାଧ୍ୟମରେ ଅବଗତ କରାଇଥିଲେ l ନବୋଦୟ ବିଦ୍ୟାଳ ର ଅଧ୍ୟକ୍ଷା ଶ୍ରୀମତୀ ଜୋଲି ଟୋମି ଶ୍ରୀ ମିଶ୍ରଙ୍କର ଏହି ମହାନ କାମକୁ ପ୍ରସଂଶା କରିଥିଲେ ଏବଂ ପିଲାମାନଙ୍କୁ ନିଜ ନିଜର ପାଠ ପଢା ବ୍ୟତୀତ ଖାଲି ସମୟରେ କିଛି ନୂଆ ଜିନିଷ ତିଆରି କରିବା ବା ସଂରକ୍ଷଣ କରିବା ପାଇଁ ପ୍ରେରଣା ଦେଇଥିଲେ l

Comments are closed.