ପି.ଡି. ବାଘେଲା ଟ୍ରାଇର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ : କେନ୍ଦ୍ର ଔଷଧ ବିଭାଗ ସଚିବ ପି.ଡି. ବାଘେଲା  ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ)ର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଶ୍ରୀ ବାଘେଲା ଆର୍‌.ଏସ୍‌. ଶର୍ମାଙ୍କ ସ୍ଥାନରେ ଏହି ନିଯୁକ୍ତି ପାଇଛନ୍ତି। ଶ୍ରୀ ଶର୍ମାଙ୍କ ୫ ବର୍ଷର କାର୍ଯ୍ୟ କାଳ ସମାପ୍ତ ହେବା ପରେ ଚଳିତ ମାସ ଶେଷରେ ଏହି ପଦ ଛାଡିବାକୁ ଯାଉଛନ୍ତି।  ନିଯୁକ୍ତି ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି (ଏସିସି) ଶ୍ରୀ ବାଘେଲାଙ୍କ ନିଯୁକ୍ତିକୁ ଅନୁ‌େମ‌ାଦନ ଦେଇଛି। ଗୁଜରାଟ କ୍ୟାଡର ଭାରତୀୟ ପ୍ରଶାସନିକ ଅଧିକାରୀ ଶ୍ରୀ ବାଘେଲା ଏହି ପଦରେ ତିନି ବର୍ଷ କିମ୍ବା ତାଙ୍କୁ ୬୫ ବର୍ଷ ହେବା ପର୍ଯ୍ୟନ୍ତ ରହିବେ ବୋଲି କେନ୍ଦ୍ର କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ପକ୍ଷରୁ ଜାରି କରାଯାଇଥିବା‌ ଏକ ବିଜ୍ଞପ୍ତିରେ କୁହାଯାଇଛି।

Comments are closed.