ସହକାରୀ ପ୍ରାଧ୍ୟାପକ ନିଯୁକ୍ତି ପାଇଁ ପିଏଚଡି ବାଧ୍ୟତାମୂଳକ ନୁହେଁ- ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ସହକାରୀ ପ୍ରାଧ୍ୟାପକ ପଦବୀରେ ନିଯୁକ୍ତି ପାଇଁ ପିଏଚଡି ଡିଗ୍ରୀ ହାସଲକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ସହକାରୀ ପ୍ରାଧ୍ୟାପକ ପଦବୀରେ ନିଯୁକ୍ତି ପାଇଁ ପିଏଚଡି ଡିଗ୍ରୀ ବାଧ୍ୟତାମୂଳକ ହେବନାହିଁ, ତେବେ ଏହି ନିଷ୍ପତ୍ତି କିଛି କାଳ ପାଇଁ ରହିବ । ଏହି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବରେ ବାତିଲ କରାଯାଇନାହିଁ । ପୂର୍ବରୁ ସମସ୍ତ ଭାରତୀୟ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନରେ ସହକାରୀ ପ୍ରାଧ୍ୟାପକ ନିଯୁକ୍ତି ନିମନ୍ତେ ପିଏଚଡି ଡିଗ୍ରୀକୁ ବାଧ୍ୟତାମୂଳକ କରାଯାଇଥିଲା । ସମ୍ପ୍ରତି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏହି ସର୍ତ୍ତକୁ ବାଦ୍‌ ଦେଇଛି, ଯଦ୍ୱାରା ଖାଲି ପଡିଥିବା ପଦବୀଗୁଡିକ ଠିକଣା ସମୟରେ ପୂରଣ ହୋଇପାରିବ ଏବଂ ଅଧ୍ୟାପନା ମଣ୍ଡଳୀ / ପ୍ରାଧ୍ୟାପକମାନଙ୍କ ଅଭାବ କାରଣରୁ ଶିକ୍ଷା ପ୍ରଭାବିତ ହେବନାହିଁ । ପୂର୍ବରୁ ମହାବିଦ୍ୟାଳ ଏବଂ ବିଶ୍ୱବିଦ୍ୟାଳୟଗୁଡିକରେ ସହକାରୀ ପ୍ରାଧ୍ୟାପକ ନିଯୁକ୍ତି ନିମନ୍ତେ ଏନଇଟିକୁ ଗୁରୁତ୍ୱପୂର୍ଣ୍ଣ ଯୋଗ୍ୟତା ସର୍ତ୍ତାବଳୀ ଭାବରେ ବ୍ୟବହାର କରାଯାଉଥିଲା । ତେବେ ୨୦୧୮ରେ ସରକାର ଏକ ବାଧ୍ୟତାମୂଳକ ସର୍ତ୍ତ ରଖି କହିଥିଲେ ଯେ ଏହି ସ୍ତରର ପଦବୀ ନିମନ୍ତେ ଏନଇଟି ସହିତ ପିଏଚଡି ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ।

Comments are closed.