ଆଜି ପ୍ରକାଶ ପାଇବ ଏକକ ପିଜି ପ୍ରବେଶିକାର ମେଧା ତାଲିକା

ଭୁବନେଶ୍ବର: ରାଜ୍ୟର ୬୮ଟି ଶିକ୍ଷାନୁଷ୍ଠାନ (ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟ)ର ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମ ପାଇଁ ଏକକ ପିଜି ପ୍ରବେଶିକାର ମେଧା ତାଲିକା ଆଜି ପ୍ରକାଶ ପାଇବ। ରାଜ୍ୟର ମୋଟ ୨୮ଟି ପରୀକ୍ଷା କେନ୍ଦ୍ରରେ ଗତମାସ ୧୨ରୁ୨୨ ଯାଏଁ ପ୍ରବେଶିକା ଅନୁଷ୍ଠିତ ହୋଇଥିଲା। ପ୍ରାୟ ୬୦ ହଜାର ବିଦ୍ୟାର୍ଥୀ ପ୍ରବେଶିକା ପରୀକ୍ଷା ଦେଇଥିଲେ। ଛାତ୍ରଛାତ୍ରୀଙ୍କର କ୍ୟାରିୟରର ୩୦ ଓ ପ୍ରବେଶିକାର ୭୦ ପ୍ରତିଶତ ମାର୍କକୁ ଗଣନା କରାଯିବ।

୨୧ ତାରିଖରେ କ୍ୟାରିୟର ଓ ପ୍ରବେଶିକା ମାର୍କକୁ ମିଶାଇ ମେଧା ତାଲିକା ପ୍ରକାଶ ପାଇବ। ମେଧା ତାଲିକା ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀ ସାମ୍ସ ଷ୍ଟୁଡେଣ୍ଟ ଲଗ୍‌ଇନ୍‌ କରି ସେମାନଙ୍କର ଫଳ ଜାଣିପାରିବେ। ସନ୍ଧ୍ୟା ୫ଟାରେ ସାମ୍ସ ୱେବସାଇଟ୍‌ରେ ମେଧା ତାଲିକା ପ୍ରକାଶ ପାଇବ। ମେଧା ତାଲିକା ଅନୁସାରେ ଛାତ୍ରଛାତ୍ରୀ ସଂପୃକ୍ତ ଶିକ୍ଷାନୁଷ୍ଠାନରେ ନାମ ଲେଖାଇପାରିବେ। ଡିସେମ୍ବର ୨୧ ସୁଦ୍ଧା ସମସ୍ତ ଶିକ୍ଷାନୁଷ୍ଠାନରେ ପିଜି ନାମଲେଖା ଶେଷ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.