ଭାରତରେ ଟିକାକରଣ ପାଇଁ ଅନୁମତି ମାଗିଲା ଫାଇଜର

ନୂଆଦିଲ୍ଲୀ: ଭାରତରେ ଟିକାକରଣ ପାଇଁ ଅନୁମତି ମାଗିଛି ଫାଇଜର।  ଭାରତରେ କରୋନାଭାଇରସ୍‌ ଟିକାର ବ୍ୟବହାର ନିମନ୍ତେ ଆମେରିକୀୟ ଔଷଧ କମ୍ପାନି ‘ଫାଇଜର୍‌’ ‘ଡ୍ରଗ୍‌ସ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ’ଙ୍କ (ଡିସିଜିଆଇ)ଅନୁମୋଦନ ନିମନ୍ତେ ଆବେଦନ କରିଥିବା କଥା ଜଣାପଡ଼ିଛି।

ଫାଇଜର୍‌ ଏବଂ ତା’ର ଜର୍ମାନ ବାୟୋଟେକ୍ନୋଲୋଜି ଅଂଶୀଦାର ‘ବାୟୋଏନ୍‌ଟେକ୍‌’ଦ୍ୱାରା ମିଳିତ ଭାବେ ବିକଶିତ ଏହି କୋଭିଡ୍‌-୧୯ ଟିକାକୁ ଗତ ବୁଧବାର ଦିନ ପ୍ରଥମେ ଇଂଲଣ୍ଡ ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ଦେଇଥିଲା। ଏହି ଟିକା କରୋନାଭାଇରସ୍‌ ବିରୁଦ୍ଧରେ ୯୦%ରୁ ଅଧିକ ଫଳପ୍ରଦ ହେଉଥିବା କୁହାଯାଉଛି।

ଟିକା ଆମଦାନି କରି ଦେଶରେ ବଣ୍ଟନ କରିବାକୁ ଡିସେମ୍ବର ୪ ତାରିଖ ଦିନ ଦାଖଲ ହୋଇଥିବା ଏହି ଆବେଦନରେ ‘ଫାଇଜର୍‌ ଇଣ୍ଡିଆ’ ଅନୁମତି ମାଗିଛି। ଏଥିସହ ୨୦୧୯ ‘ନିଉ ଡ୍ରଗ୍‌ ଆଣ୍ଡ୍‌ କ୍ଲିନିକାଲ୍‌ ଟ୍ରାଏଲ୍‌ସ୍‌ ରୁଲ୍‌ସ୍‌’ରେ ଥିବା ସ୍ୱତନ୍ତ୍ର ବ୍ୟବସ୍ଥା ଅନୁଯାୟୀ ଭାରତବାସୀଙ୍କ ଉପରେ ଏହି ଟିକାର ନୈଦାନିକ ପରୀକ୍ଷଣ ଛାଡ଼ କରିବାକୁ ମଧ୍ୟ ଫାଇଜର୍‌ ଅନୁମତି ଲୋଡ଼ିଛି।

 

 

Comments are closed.