ଟ୍ୟାଙ୍କ୍‌ ଚଳାଇଲେ ଧର୍ମେନ୍ଦ୍ର

କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଗୁଜରାଟର ହାଜରା ଗସ୍ତ କରିଛନ୍ତି। ସେଠାରେ ସେ ଏଲ ଆଣ୍ଡ ଟି’ର ଉତ୍ପାଦନ ୟୁନିଟ୍ ପରିଦର୍ଶନ କରିଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ବଜ୍ର – K9T ଟ୍ୟାଙ୍କ୍ ମଧ୍ୟ ଚଲାଇଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ଯେ, ମୋଦୀ ସରକାର ଦେଶରେ ପ୍ରତିରକ୍ଷା କୌଶଳକୁ ଅଭୁତପୂର୍ବ ପ୍ରୋତ୍ସାହନ ଦେଇଛନ୍ତି । ବଜ୍ର – K9T ଟ୍ୟାଙ୍କ ଏହାର ପ୍ରମାଣ ଦେଉଛି । ରାଷ୍ଟ୍ରୀୟ ଗୌରବର ଇନ୍ଧନ ଏବଂ ଆମର ସେନାଙ୍କ ବୀରତ୍ୱରେ ଆଗକୁ ବଢ଼ୁଥିବା ଏହି ଟ୍ୟାଙ୍କକୁ ଚଲାଇ ଅତ୍ୟନ୍ତ ଗୌରବାନ୍ୱିତ ଅନୁଭବ କରୁଛି ।

Comments are closed.