୩ ସହରରେ ୧୦୦ ଟପିଲା ପେଟ୍ରୋଲ

ଭୁବନେଶ୍ୱର: କ୍ରମାଗତ ଭାବେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିବା ଫଳରେ ଓଡ଼ିଶାର ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁର ଜିଲାରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ଟପିଛି। ଶନିବାର ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଲିଟର ପିଛା ୨୭ ପଇସା ବୃଦ୍ଧି କରିଥିବାବେଳେ ଡିଜେଲ ଲିଟର ପିଛା ୨୬ ପଇସା ବୃଦ୍ଧି କରିଛନ୍ତି। ବର୍ଦ୍ଧିତ ଦର ଅନୁସାରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯୬.୯୩ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୮୫ ଟଙ୍କାରେ ବିକ୍ରୟ କରାଯାଉଛି। ନୂଆ ଦର ଅନୁସାରେ ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ୧୦୧.୯୪ ଟଙ୍କା ଏବଂ ଡିଜେଲ ୯୯.୬୯ ଟଙ୍କାରେ ପହଞ୍ଚିଛି।

କୋରାପୁଟରେ ପେଟ୍ରୋଲ ଲିଟର ୧୦୦.୮୮ ଟଙ୍କା ଏବଂ ଡିଜେଲ ୯୮.୬୮ ଟଙ୍କା ହୋଇଛି। ନବରଙ୍ଗପୁରେ ପେଟ୍ରୋଲ ୧୦୧.୦୬ ଟଙ୍କା ଏବଂ ଡିଜେଲ ୯୮.୮୫ ଟଙ୍କାରେ ପହଞ୍ଚିଛି। ସମ୍ବଲପୁରରେ ପେଟ୍ରୋଲ ଲିଟର ୯୭.୨୨ ଟଙ୍କା ଏବଂ ଡିଜେଲ ଲିଟର ୯୫.୧୫ ଟଙ୍କା ହୋଇଛି। ସୁନ୍ଦରଗଡ଼ରେ ପେଟ୍ରୋଲ ୯୪.୮୭ ଟଙ୍କା ଏବଂ ଡିଜେଲ ଲିଟର ପିଛା ଦର ୯୬.୯୩ ଟଙ୍କାରେ ବିକ୍ରୟ କରାଯାଉଛି।

Comments are closed.