ଦ୍ୱିତୀୟ ଦିନ ପାଇଁ ହ୍ରାସ ପାଇଲା ପେଟ୍ରୋଲ ଓ ଡିଜେଲ ମୂଲ୍ୟ

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଘଟିଥିବାରୁ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ତୈଳ ମୂଲ୍ୟରେ ହ୍ରାସ ଘଟିଛି। ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୨୧ ପଇସା ହ୍ରାସ ପାଇଥିବା ବେଳେ ଡିଜେଲ ଦର ୨୦ ପଇସା ହ୍ରାସ ପାଇଛି।

ଭାରତର ସବୁଠୁ ବଡ ତୈଳ ମାର୍କେଟିଂ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଅନୁଯାୟୀ ଗୁରୁବାର ଦିନ ପେଟ୍ରୋଲ ଲିଟର ପିଛା ୯୦.୭୮ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୧.୧୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଗତ ମାସରେ ଲଗାତାର ୧୬ ଦିନ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ଘଟିଥିଲା ଯେଉଁଥିପାଇଁ ପ୍ରାୟ ସମସ୍ତ ସହରରେ ତୈଳ ଦର ରେକର୍ଡ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା।

ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ମୂଲ୍ୟ ୧୬ ଦିନରେ ପ୍ରାୟ ୧୫% ହ୍ରାସ ପାଇଛି। କରୋନା ସଂକ୍ରମଣର ତୃତୀୟ ଲହରର ପ୍ରଭାବ ଯୋଗୁ ୟୁରୋପୀୟ ଦେଶଗୁଡିକରେ ଇନ୍ଧନ ଚାହିଦା ହ୍ରାସ ପାଇବା ସମ୍ଭାବନା ଅଛି। ଏବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୬୦ ଡଲାର ରହିଛି।

ଏବେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ୭୮ ପଇସା ଥିବା ବେଳେ ଡିଜେଲ ମୂଲ୍ୟ ୮୧ ଟଙ୍କା ୧୦ ପଇସା ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ୯୭.୧୯ ଓ ଡିଜେଲ ୮୮.୨୦, ଚେନ୍ନାଇରେ ପେଟ୍ରୋଲ ୯୨.୭୭ ଓ ଡିଜେଲ ୮୬.୧୦ ଏବଂ କୋଲକାତାରେ ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ୯୮ ପଇସା ଓ ଡିଜେଲ ଲିଟର ପିଛା ୮୩ ଟଙ୍କା ୯୮ ପଇସାକୁ ହ୍ରାସ ପାଇଛି।

Comments are closed.