ପୁଣି ବୃଦ୍ଧି ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ : ଦେଶରେ ଅଧିକାଂଶ ସହରରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଟପିଛି। ତଥାପି ମଧ୍ୟ ଲଗାତାର ଗତକାଲି ଭଳି ଆଜି ମଧ୍ୟ ଉଭୟ ପେଟ୍ରୋଲ ଓ ଡିଜେଲ ଦାମ ବୃଦ୍ଧି ପାଇଛି।
ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦାମ ୩୫ ପଇସା ଓ ଡିଜେଲର ଦାମ ୯ ପଇସା ବୃଦ୍ଧି ପାଇଛି। କଲକାତାରେ ପେଟ୍ରୋଲ ୩୯ ପଇସା ଓ ଡିଜେଲ ୧୫ ପଇସା ବଢିଛି। ଦେଶରେ ଅଧିକାଂଶ ସହରରେ ତୈଳଦର ବୃଦ୍ଧି ପାଇବାରେ ଲାଗିଛି। ବୁଧବାର , ଦିଲ୍ଲୀ, କଲକାତା, ପେଟ୍ରୋଲ ଦର ୧୦୦ ଟଙ୍କା ପାର କରିଥିବା ବେଳେ ଆଜି ଦର ବୃଦ୍ଧି ଚିନ୍ତାର କାରଣ ପାଲଟିଛି। ଚଳିତ ମାସରେ ୬ଷ୍ଠ ଥର ପାଇଁ ତୈଳଦର ବଢିଛି। ଦରବୃଦ୍ଧି ପରେ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା ୧୦୦.୫୬ ଟଙ୍କା ଓ ଡିଜେଲ ଲିଟର ପିଛା ୮୯.୬୨ ଟଙ୍କାରେ ପହଞ୍ଚିଛି। ମୁମ୍ବଇରେ ପେଟ୍ରୋଲ ଦାମ ୧୦୬.୫୯ ଟଙ୍କା ଓ ଡିଜେଲ ଲିଟର ପିଛା ୯୭.୧୮ ଟଙ୍କାରେ ବିକ୍ରି କରାଯାଉଛି।
ଭୋପାଳରେ ମେ ମାସରୁ ପେଟ୍ରୋଲ ଦାମ ୧୦୦ ଟଙ୍କା ପାର ହୋଇସାରିଛି। ସେହିପରି ଜୟପୁର,ମୁମ୍ବଇ,ବେଙ୍ଗାଲୁରୁ ଓ ହାଇଦ୍ରାବାଦରେ ଦାମ ୧୦୦ ଟପି ସାରିଛି। ଜୁନ ଶେଷ ଭାଗରେ ଥିରୁବନନ୍ତପୁରମ ଓ ପାଟନାରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ବୃଦ୍ଧି ପାଇସାରିଥିଲା। ଜୁଲାଇ ପ୍ରଥମ ସପ୍ତାହରେ ଭୁବନେଶ୍ୱର ଓ ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୦ ଟପି ସାରିଛି। ଆଜି ସକାଳୁ କଲକାତାରେ ବର୍ଦ୍ଧିତ ଦର ପରେ ପେଟ୍ରୋଲ ଲିଟର ପିଛା ୧୦୦.୬୨ ଟଙ୍କା ଓ ଡିଜେଲ ୯୨.୫୬ ଟଙ୍କାରେ ବିକ୍ରି ହେଉଛି। ଚେନ୍ନାଇରେ ପେଟ୍ରୋଲ ଓ ଡିଜେଲ ଦର ୧୦୧.୩୭ ଓ ୯୪.୧୫ ଟଙ୍କା ରହିଛି। ବେଙ୍ଗାଲୁରୁ ପେଟ୍ରୋଲ ଦାମ ୧୦୩.୩୭ ଟଙ୍କା , ଡିଜେଲ୯୪.୧୫, ହାଇଦ୍ରବାଦରେ ପେଟ୍ରୋଲ ୧୦୪.୫୦ ଓ ଡିଜେଲ ୯୭.୬୮ ଟଙ୍କା ରହିଛି। ଓଡିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୧.୩୭ ଟଙ୍କା ଓ ଡିଜେଲ ୯୭.୬୭ ଟଙ୍କା ରହିଛି।

Comments are closed.