କୀଟନାଶକ ଖାଇ ଯୁବକ ଗୁରୁତର

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ଗ୍ରାମର ଚନ୍ଦ୍ରମଣି ନାଏକ ନାମକ ଜଣେ ବ୍ୟକ୍ତି ଗତକାଲି କୌଣସି କାରଣରୁ କିଟନାଶକ ଖାଇ ଗୁରୁତର ହୋଇଥିଲେ । ପ୍ରଥମେ ତାଙ୍କୁ ଖିରେଇଟାଙ୍ଗିରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଚନ୍ଦ୍ରମଣିଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସେ ଚିକିତ୍ସାଧୀନ ଥିବା ଜଣାପଡିଛି ।

Comments are closed.