ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ସବୁ ବୟସର ଶ୍ରଦ୍ଧାଳୁଙ୍କ ଅନୁମତି

ଭୁବନେଶ୍ୱର: ରାଜ୍ୟରେ ଅଧିକାଂଶ ସ୍ଥାନରେ ମନ୍ଦିର ଗୁଡ଼ିକୁ କୋଭିଡ ନିୟମାବଳୀକୁ ଆଧାରରେ ଖୋଲା ଯାଇଛି। ରାଜଧାନୀ ଭୁବନେଶ୍ୱର ସ୍ଥିତ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର କିଛି ଦିନ ହେବ ଖୋଲା ଯାଇଛି। ଦର୍ଶନ ପାଇଁ ସବୁ ବୟସ୍କର ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିଛି। ଶ୍ରଦ୍ଧାଳୁଙ୍କ ବୟସ ଉପରେ ଥିବା କଟକଣା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଉଠାଯାଇଛି। ମାତ୍ର କୋଭିଡ଼ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ରିପୋର୍ଟ ଆଣି ନଥିଲେ ମନ୍ଦିର ପକ୍ଷରୁ ମାଗଣା ଟେଷ୍ଟ ବ୍ୟବସ୍ଥା କରାଯାଇଛି। ବିଏମସି ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ଏନେଇ ସୂଚନା ଦେଇଛନ୍ତି। ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ରିପୋର୍ଟ ନେଗେଟିଭ ଆସିଲା ପରେ ଦର୍ଶନ ପାଇଁ ଅନୁମତି। ପୂର୍ବରୁ ୬୫ ବର୍ଷରୁ ଅଧିକ ଓ ୧୦ ବର୍ଷର କମ ଶ୍ରଦ୍ଧାଳୁଙ୍କୁ ବାରଣ ଥିଲା।

Comments are closed.