ପିଇଓଙ୍କ ଅକାଳ ବିୟୋଗରେ ଜିଲ୍ଲାପାଳଙ୍କ ଶୋକ, ପରିବାରଙ୍କୁ ଭେଟିଲେ ବିଡିଓ

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକର ମୋହନା ଓ ମେରାପଲ୍ଲୀ ପଞ୍ଚାୟତରେ କାର୍ଯ୍ୟରତ ପିଇଓ ଦିଗାମ୍ବର ଦାଶ କରୋନା ମହାମାରୀର ପ୍ରଥମ ଲହର ସମୟରେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନତା କରିବା ସହ କ୍ଵାରେଣ୍ଟାଇନ ଗୃହକୁ ଯାଇ ପ୍ରବାସୀ ମାନଙ୍କ ସୁବିଧା ଅସୁବିଧା ବୁଝୁଥିଲେ। ଏପରିକି ଲୋକଙ୍କୁ କରେନା ଟେଷ୍ଟ କରାଇବା ଏବଂ ଟୀକା ନେବା ପାଇଁ ଘର ଘର ବୁଲି  ସଚେତନ କରାଉଥିଲେ। ଟୀକା ନେବା ପାଇଁ ଯେଉଁଠି ଲୋକେ ରାଜି ହେଉ ନଥିଲେ ସେଠି ପହଞ୍ଚି ବୁଝାଇ ସୁଝାଇ ଟିକା କରଣ କରାଉଥିଲେ। ତାଙ୍କର ଏଭଳି କାର୍ଯ୍ୟକୁ ପୂର୍ବତନ ଜିଲ୍ଲାପାଳ ଅନୁପମ ସାହା ଓ ବର୍ତ୍ତମାନର ଜିଲ୍ଳାପାଳ ଲିଙ୍ଗରାଜ ପଣ୍ଡା ପ୍ରଶଂସା କରିଥିଲେ ।
ଏବେ ଦିଗାମ୍ବର ବାବୁଙ୍କର ଅକାଳ ବିୟୋଗ ଘଟିଛି। ଏହି ଖବର ଶୁଣିବା ପରେ ଅଞ୍ଚଳବାସୀଙ୍କ ମନରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଅକାଳ ବିୟୋଗ ପରେ ଜିଲ୍ଲାପାଳ ଶ୍ରୀ ପଣ୍ଡା ଶୋକ ପ୍ରକାଶ କରିଛନ୍ତି । ଏପରିକି ତାଙ୍କ ପରିବାର ବର୍ଗଙ୍କୁ ଭେଟିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ କୋଭିଡ କଟକଣା ପାଇଁ ପହଞ୍ଚି ପାରି ନଥିଲେ। ମୋହନା ବିଡିଓ ସାର୍ଥକ ସୌରଭ ମହାପାତ୍ର ଶ୍ରୀ ଦାଶଙ୍କ ବିଜୟ ପଦ୍ମନାଭପୁର ଗ୍ରାମକୁ ଯାଇ ଶୋକ ସନ୍ତପ ପରିବାର ବର୍ଗଙ୍କୁ ଭେଟି ଆଶ୍ଵସନା ଦେଇଛନ୍ତି।

Comments are closed.