ଭୀମକୁଣ୍ଡରେ କଟକଣାକୁ ଫୁ : ପର୍ଯ୍ୟଟକ ବୁଲିଲେ, ଭୋଜି ମଧ୍ୟ କଲେ

ପାଟଣା : ପାଟଣା ବ୍ଲକ୍ ଅନ୍ତର୍ଗତ ଘାଟବାଲିଯୋଡ଼ି ସ୍ଥିତ ଭୀମକୁଣ୍ଡ ଠାରେ ଆଜି ନବବର୍ଷ ଉପଲକ୍ଷେ ବେଶ୍ ଭିଡ଼ ପରିଲକ୍ଷିତ ହୋଇଛି । ଜିଲ୍ଲା ତଥା ଜିଲ୍ଲା ବାହାରର ପର୍ଯ୍ୟଟକମାନେ ଏଠାରେ ବୁଲାବୁଲି କରିବା, ୱାଚ ଟାୱାରରୁ ସେଲ୍ଫି ନେବା ସହ ବୈତରଣୀ ତଟରେ ଭୋଜି ଭାତରେ ମଧ୍ୟ ମିଳିତ ହୋଇଥିଲେ। ଡିସେମ୍ବର ୨୩ ରୁ ଜାନୁଆରୀ ୧୫ ଯାଏଁ ଭୀମକୁଣ୍ଡରେ ପର୍ଯ୍ୟଟକଙ୍କ ଏକାଠି ହେବା ଓ ବଣ ଭୋଜି କରିବା ଉପରେ ଜିଲ୍ଲା ଓ ବ୍ଲକ୍ ପ୍ରଶାସନ ଦ୍ବାରା ରୋକ୍ ଲଗାଯିବା ସତ୍ତ୍ୱେ ଆଜି ଭୀମକୁଣ୍ଡ ଚଳଚଞ୍ଚଳ ରହିଥିବା ଦେଖାଯାଇଥିଲା।

Comments are closed.