ପିଆଜ ବସ୍ତା ପାଇଁ ରାସ୍ତା ଜାମ୍

ସମ୍ବଲପୁର:  ବର୍ତ୍ତମାନ ପିଆଜର ଦର ଆକାଶ ଛୁଆଁ। ପିଆଜର ଦାମ ଏତେ ବଢି ଯାଇଛି ଯେ କିଛି ଲୋକଙ୍କ ରୋଷେଇ ଘରୁ ପିଆଜ ଗାଏବ ହୋଇଯାଇଛି। ଏଭଳି ସ୍ଥିତିରେ ଗତକାଲି ନାସିକରୁ ଏକ ପିଆଜ ଟ୍ରକ ସମ୍ବଲପୁର ଆସୁଥିବା ବେଳେ ବରଗଡ ର ଦେବାହାଲ ଅଞ୍ଚଳରେ ଉକ୍ତ ଟ୍ରକରୁ ଏକ ପିଆଜ ବସ୍ତା ଜାତୀୟ ରାଜପଥରେ ପଡିଯାଇଥିଲା। ସେହି ରାସ୍ତାରେ ଯାଉଥିବା ଲୋକେ ପିଆଜ ଗୋଟାଇବାରେ ଲାଗି ପଡିଥିଲେ। ଏପରିକି ଭିଆଇମାନେ ମଧ୍ୟ ନିଜର ଦାମୀ କାରରୁ ଓହ୍ଲାଇ ପିଆଜ ଗୋଟାଇବାରେ ଲାଗି ଯାଇଥିଲେ। ପ୍ରାୟ ୨୦ମିନିଟ୍ ଧରି ଜାତୀୟ ରାଜପଥ ଲୋକରଣ୍ୟ ହୋଇ ରହିବା ସହ ରାସ୍ତା ଜାମ୍ ହୋଇଥିଲା। କିଛି ଲୋକ ଏହାର ଭିଡିଓ ଉତ୍ତୋଳନ କରିଥିଲେ, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

Comments are closed.