ଗ୍ରାହକଙ୍କୁ ଆକୃଷ୍ଟ କରୁଛି ୱାଇଫାଇ ସେବା

ଯେ କୌଣସି ନାମୀ ହୋଟେଲ କିମ୍ବା ରେସ୍ତୋରାଁ ଅବା ବଡ଼ବଡ଼ ମଲରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ନିମନ୍ତେ ୱାଇଫାଇ ସୁବିଧା ଉପଲବ୍ଧ କରାଯାଉଛି। ଦିଲ୍ଲୀ, ମୁମ୍ବଇ, ବେଙ୍ଗାଲୁରୁ, ହାଇଦରାବାଦ, କଲିକତା ଆଦି ସ୍ଥାନରେ ଏହି ୱାଇଫାଇ ସୁବିଧା ଗ୍ରାହକଙ୍କ ସେବା ମଧ୍ୟ ବଢ଼ାଇବାରେ ଲାଗିଛି। ଏହି ତାଲିକାରେ କେବଳ ମଲ୍ କିମ୍ବା ହୋଟେଲ ନୁହେଁ, ବରଂ ଛୋଟଛୋଟ ଦୋକାନ ମଧ୍ୟ ସାମିଲ ହୋଇଛନ୍ତି। ଦିଲ୍ଲୀ ଓ ବେଙ୍ଗାଲୁରୁର ସଂଖ୍ୟାଧିକ ରାସ୍ତାକଡ଼ ଚା’, ଜଳଖିଆ ଦୋକାନରେ ଗ୍ରାହକଙ୍କୁ ୱାଇଫାଇ ସୁବିଧା ମିଳୁଛି। ଦିଲ୍ଲୀର ସଙ୍ଗମ ବିହାରସ୍ଥିତ ଏକ ଷ୍ଟେସନାରୀ ଦୋକାନୀ ଶ୍ରୀକୁମାର କହିଛନ୍ତି, ବିଭିନ୍ନ ବର୍ଗର ଲୋକେ ତାଙ୍କ ଦୋକାନକୁ ଆସିଥାନ୍ତି। ତେବେ ୱାଇଫାଇ ସୁବିଧା ଦେବା ପରେ ଗ୍ରାହକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଲୋକେ ୱାଇଫାଇ ଉପଯୋଗ କରିବା ସହ ଦୋକାନରୁ ଜିନିଷ ମଧ୍ୟ ଖରିଦ୍ କରିବାରେ ଆଦୌ ପଛାଉନାହାନ୍ତି।

Comments are closed.