ପେଜୱାର ମଠର ବିଶ୍ଵେଶ୍ ତୀର୍ଥସ୍ବାମୀଙ୍କ ପରଲୋକ ; ମୋଦୀ ଓ ଶାହଙ୍କ ଶୋକ

ଉଡୁପି: କର୍ଣ୍ଣାଟକର ଉଡୁପି ସ୍ଥିତ ପେଜୱାର ମଠର ବିଶ୍ଵେଶ୍ ତୀର୍ଥ ସ୍ବାମୀଙ୍କ ରବିବାର ପରଲୋକ ଘଟିଛି । ଗତ କିଛି ଧରି ତାଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ନଥିଲା। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଜୀବନ ରକ୍ଷାକାରୀ ପ୍ରାଣାଳୀରେ ରଖାଯାଇଥିଲା । ଆଜି ତାଙ୍କୁ ହସ୍ପିଟାଲରୁ ମଠକୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା କରାଯିବାର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଏସବୁ ପୂର୍ବରୁ ଆଜି ସକାଳେ ତାଙ୍କର ନିଧନ ହୋଇ ଯାଇଛି। ଏନେଇ ଉପୁଡି ବିଧାୟକ ରଘୁପତି ଭଟ୍ଟ ସୂଚନା ଦେଇଛନ୍ତି। ତାଙ୍କ ବିୟୋଗରେ ଆଧ୍ୟାତ୍ମିକ ଜଗତ ସମେତ ରାଜନୖତିକ ମହଲରେ ଶୋକର ଛାୟା ଖେଳି ଯାଇଛି । କର୍ଣ୍ଣାଟକ ସରକାର ତିନି ଦିନ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷାଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ସ୍ବାମୀଜୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ସେ ଟୁଇଟରେ ଲେଖିଛନ୍ତି ଯେ, ମୁଁ ନିଜକୁ ଧନ୍ୟ ମନେ କରୁଛି ଯେ, ମୋତେ ଶ୍ରୀ ବିଶ୍ବେଶ୍ ତୀର୍ଥ ସ୍ବାମୀଜୀଙ୍କ ଠାରୁ ଶିକ୍ଷାଲାଭ କରିବାର ସୌଭାଗ୍ୟ ମିଳିଛି। ଗୁରୁ ପୂର୍ଣ୍ଣିମା ଭଳି ଏକ ପୂଣ୍ୟ ଦିବସରେ ତାଙ୍କ ସହ ହୋଇଥିବା ସାକ୍ଷାତ୍ ସ୍ମରଣୀୟ ହୋଇ ରହିବ।

ଗୃହମନ୍ତ୍ରୀ ଅମିତ ଶାହ ସ୍ବାମିଜୀଙ୍କ ନିଧନ ଖବରରେ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ସ୍ବାମିଜୀଙ୍କ ନିଧନ ବିଷୟରେ ଶୁଣି ମୋତେ ବହୁତ ଲାଗିଛି। ସ୍ବାମିଜୀଙ୍କ ବିଚାର ସର୍ବଦା ଆମ ମାନଙ୍କୁ ମାର୍ଗଦର୍ଶନ କରିବ। ତାଙ୍କ ପରାଲୋକ ଆଧ୍ୟାତ୍ମିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।

Comments are closed.