ପେଙ୍ଗସୁଇ ଟିପ୍ସ ; ଗୃହରେ ରଖନ୍ତୁ ଏହି ଫୁଲ ମିଳିବ ଅନେକ ଶୁଭଫଳ

ଗୃହକୁ ସାଜସଜ୍ଜା କରିବା ପାଇଁ ବହୁ ଲୋକେ ବିଭିନ୍ନ ପ୍ରକାର ଫୁଲକୁ ସାମିଲ କରିଥାଆନ୍ତି। ଫେଙ୍ଗସୁଇ ଅନୁଯାୟୀ, ଘରେ ଫୁଲ ସଜାଇବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ। ଘରେ ସତେଜ ଫୁଲ ରଖିବା ପାଇଁ କୁହାଯାଏ। ମାତ୍ର ପେଙ୍ଗସୁଇ ଅନୁଯାୟୀ ଘରେ ଉନ୍ନତମାନର ଧଳାରଙ୍ଗର ସିଲ୍କ ଫୁଲ ସଜାଇବା ଖୁବ ଶୁଭଙ୍କର। ଜାଣନ୍ତୁ ଏହା ବିଷୟରେ ….
ଘରେ ପିୟୋନିୟା ଫୁଲ କୋମଳତା, ହସଖୁସିର ଅନୁଭବ କରାଇଥାଏ।
ଏହି ଫୁଲକୁ ଘରେ ରଖିବା ଦ୍ୱାରା ଉତ୍ତମ ଜୀବନସାଥି ମିଳିଥାଏ ବୋଲି ମଧ୍ୟ କୁହାଯାଏ।
ଯେଉଁ କନ୍ୟାମାନଙ୍କ ବିବାହରେ ବିଳମ୍ବ ହେଉଛି, ଏହି ଫୁଲ ଘରେ ରଖିବା ଦ୍ୱାରା ବିବାହ ଶୀଘ୍ର ହୋଇଥାଏ।
ଘରେ ହଳଦିଆ ରଙ୍ଗର ଫୁଲର ରଖିଲେ ପରସ୍ପର ମଧ୍ୟରେ ଉତ୍ତମ ସମ୍ପର୍କ ଓ ସ୍ନେହଶ୍ରଦ୍ଧା ବୃଦ୍ଧି ପାଇଥାଏ।

Comments are closed.