ପେଡିକିଓର ପରେ ଆପଣାନ୍ତୁ ଏହି ଉପାୟ

ପ୍ରଦୂଷଣ ଯୋଗୁ ହାତ, ମୁହଁ ସହିତ ପାଦର ବି କ୍ଷତି ହୋଇଥାଏ। ଏପରି ସ୍ଥିତିରେ ପାଦ ସୁନ୍ଦର ରଖିବା ଲାଗି ପେଡିକିଓରର ସହାୟତା ନେଇ ପାରିବେ। ପାର୍ଲର ଯାଇ ନଚେତ ଘରେ ପେଡିକିଓର କରିହେବ। ଏହା ଦ୍ୱାରା ପାଦକୁ ଆରାମ ଲାଗିବା ସହ ପରିଷ୍କାର ହୋଇଯାଏ। ପେଡିକିଓର କରିବା ପରେ ବି କେତେକ ସତର୍କତା ଅବଲମ୍ବନ କରିବାକୁ ହୁଏ। ଏ ସମ୍ପର୍କରେ ଜାଣନ୍ତୁ-

ପ୍ରତିଦିନ ଶୋଇବା ପୂର୍ବରୁ କ୍ୟୁଟିକ୍ଲ କ୍ରିମ୍ କିମ୍ବା ତେଲ ବ୍ୟବହାର କରନ୍ତୁ। ଏହାଦ୍ୱାରା ଡ୍ରାଏ କ୍ୟୁଟିକ୍ଲ ସମସ୍ୟା ହୁଏନାହିଁ ଏବଂ ପେଡିକିଓରର ପ୍ରଭାବ ଦୀର୍ଘସ୍ଥାୟୀ ହୋଇଥାଏ।

ପାଦ ଧୋଇବା ପରେ ଏହାକୁ ଭଲଭାବେ ପୋଛନ୍ତୁ। ବିଶେଷକରି ଆଙ୍ଗୁଳି ଭିତରେ ଥିବା ଅଂଶ ପୋଛି ସେଠାରେ ଟାଲ୍କମ ପାଉଡର ପକାଇବେ।

ନେଲ ପେଣ୍ଟ ଦୁଇସପ୍ତାହରୁ ଅଧିକ ସମୟ ଲଗାଇ ରଖିଲେ ଏହା ନଖ ପ୍ରତି କ୍ଷତିକାରକ ହୋଇଥାଏ। ନଖ ହଳଦିଆ ପଡିଯାଏ। ଏହାକୁ ସଫା କରିବା ପରେ ଦୁଇ-ତିନିଦିନ ଛାଡି ଆଉଥରେ ଲଗାଇବେ। ନେଲ ପେଣ୍ଟ ସଫା କରିବା ଲାଗି ଏସିଟୋନ୍ ନଥିବା ରିମୁଭର ବ୍ୟବହାର କରନ୍ତୁ।

ଖାଲି ପାଦରେ ଚଟାଣରେ ଚାଲନ୍ତୁ ନାହିଁ କି ଏପରି ଚପଲ ପିନ୍ଧନ୍ତୁନି ଯେଉଁଥିରେ ଝାଳ ବାହାରୁଥିବ। ଏହା ଦ୍ୱାରା ଜୀବାଣୁ ଓ ମୃତକୋଷର ସମସ୍ୟା ବଢିବ ଏବଂ ପେଡିକିଓରର କିଛି ଲାଭ ମିଳିବ ନାହିଁ।

ତ୍ୱଚାକୁ ରୁକ୍ଷ କରୁଥିବା ସାବୁନ୍ ବ୍ୟବହାର କରନ୍ତୁ ନାହିଁ । ପେଡିକିଓର କରିବା ପରେ କିଛିଦିନ ପାଦରେ ଉଷୁମ ପାଣି ବ୍ୟବହାର କରନ୍ତୁ ନାହିଁ।

ପେଡିକିଓର କରାଇବା ପରେ ଆଣ୍ଟି-ବ୍ୟାକ୍ଟେରିଆଲ ସଲ୍ୟୁସନରେ ପାଦ ଧୁଅନ୍ତୁ। ଏହାଦ୍ୱାରା ବ୍ୟବହାର ହୋଇଥିବା ସରଞ୍ଜାମ ଯୋଗୁ ସଂକ୍ରମଣର ଆଶଙ୍କା ରହିବ ନାହିଁ।

Comments are closed.