ଉପକାରୀ ପୋଦିନା ରସ

ପୋଦିନା ରସରେ ବିଭିନ୍ନ ପ୍ରକାର ଔଷଧୀୟ ଗୁଣ ମହଜୁଦ୍ ରହିଛି। ନିୟମିତ ଭାବେ ଏହାର ଉପଯୋଗ ଖାଦ୍ୟପାନୀୟରେ କରିବା ସ୍ବାସ୍ଥ୍ୟ ପାଇଁ ହିତକାରୀ।
–  ପେଟଜନିତ ରୋଗରୁ ବର୍ତ୍ତିବା ନିମନ୍ତେ ପୋଦିନା ରସ ମହୌଷଧି ପରି କାମ କରେ। ଦ୍ବିପହର ଭୋଜନରେ ପୋଦିନା ରସ ସାଲାଡରେ ମିଶାଇ ନଚେତ୍ ଭୋଜନ ପରେ ଲେମ୍ବୁ ପାଣିରେ ଅଧ ଚାମଚ ପୋଦିନା ରସ ମିଶାଇ ପିଇଲେ ଲାଭ ମିଳେ।
–  ବିଶେଷଜ୍ଞଙ୍କ ମତରେ ଅଧିକ ପରିମାଣରେ ପୋଦିନା ରସ ପିଇବା ମଧ୍ୟ ସ୍ବାସ୍ଥ୍ୟ ପାଇଁ ହାନିକାରକ।
–  ମୁଣ୍ଡ ବିନ୍ଧୁଥିଲେ ପୋଦିନା ରସକୁ ତୁଳାରେ ନେଇ ମୁଣ୍ଡରେ ଲଗାଇଲେ ମଧ୍ୟ ଉପଶମ ମିଳେ।
–  ପାଟିରୁ ଦୁର୍ଗନ୍ଧ ବାହାରୁଥିଲେ, ଦାନ୍ତ ଘଷିବା ପରେ ପୋଦିନା ରସରେ କୁଳି କଲେ ସମସ୍ୟା ଦୂର ହୋଇଥାଏ।
–  ଦ୍ବିପହର ଭୋଜନରେ ଅଳ୍ପ ପରିମାଣରେ ପୋଦିନା ଚଟଣି ଖାଇଲେ ତାହା ହଜମ କରିବାରେ ସହାୟକ ହେବା ସହ ଓଜନକୁ ମଧ୍ୟ ନିୟନ୍ତ୍ରଣ କରୁଥିବାର ଜଣାପଡ଼ିଛି।
–  ତ୍ବଚା ପାଇଁ ଏଇ ପୋଦିନା ରସ ଏକ ଉତ୍ତମ କ୍ଲିନଜର୍ ପରି କାମ କରେ। ବେସନ ପ୍ୟାକ୍‌‌ରେ ପୋଦିନା ରସ ମିଶାଇ ଲଗାଇଲେ ବ୍ରଣ ଓ ଦାଗ ଦୂର ହୋଇଥାଏ।
–  କାମ କରି ଥକା ଲାଗୁଥିଲେ, ପୋଦିନା ରସ ଓ ଲେମ୍ବୁରସକୁ ଏକତ୍ର ମିଶାଇ ପିଇପାରନ୍ତି। ଏହି ପାନୀୟ ପିଇଲେ ଫୂର୍ତ୍ତି ଲାଗିବା ସହ ଚାପ ମଧ୍ୟ କମ୍ ହୋଇଥାଏ।
–  ପୋଷକତତ୍ତ୍ବ ଭରପୂର ପୋଦିନା ରସ ପିଲାଙ୍କ ସ୍ମୃତି ଶକ୍ତି ବୃଦ୍ଧିରେ ମଧ୍ୟ ସହାୟକ। ଦୈନିକ ୧ ଚାମଚ ପୋଦିନା ରସ ପିଇଲେ ସେମାନଙ୍କ ଶରୀରର ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଏ।
– ସୌନ୍ଦର୍ୟ୍ୟ ବିଶେଷଜ୍ଞଙ୍କ ଅନୁସାରେ, ତ୍ବଚାର ବିଭିନ୍ନ ପ୍ୟାକ୍‌ରେ ପୋଦିନା ରସ ମିଶାଇଲେ ତ୍ବଚା ଭାଙ୍ଗ ସହ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଦ୍ଭ

Comments are closed.