୫ ବର୍ଷରୁ କମ୍‍ ବୟସର ଶିଶୁଙ୍କ ପାଇଁ ଆରମ୍ଭ ହେଲା ପିସିଭି ଟିକାକରଣ କାର୍ଯ୍ୟକ୍ରମ

ଭୁବନେଶ୍ବର : ରାଜ୍ୟ ସରକାର ନିୟମିତ ଟିକାକରଣ କାର୍ଯ୍ୟକ୍ରମରେ ଆଉ ଏକ ଟିକା ନିମୋ କୋକାଲ୍‍ କଞ୍ଜୁଗେଟ୍‍ ଭ୍ୟାକ୍ସିନ-ପିସିଭିକୁ ସାମିଲ କରିଛନ୍ତି। ଏହା ପିଲାକୁ ନିମୋ କୋକୋସ୍‍ ଜୀବାଣୁ ଜନିତ ନିମୋନିଆ ଓ ମସ୍ତିଷ୍କ ସଂକ୍ରମଣରୁ ସୁରକ୍ଷା ପ୍ରଦାନ କରିବ। ଶିଶୁକୁ ଉପଯୁକ୍ତ ବ୍ୟବଧାନରେ ପିସିଭି ଟିକାର ତିନୋଟି ମାତ୍ରା ଦେବାକୁ ସୁନିଶ୍ଚିତ କରିବା ସକାଶେ ସରକାରଙ୍କ ପକ୍ଷରୁ କୁହାଯାଇଛି। ନବଜାତ ଶିଶୁମାନଙ୍କ ପାଇଁ ଏହି ନିମୋନିଆ ପ୍ରତିଷେଧକ ଟିକାର ଦିଆଯାଉଛି। ଜଣେ ଶିଶୁକୁ ପ୍ରଥମ ପାନ ଦେଢ଼ ମାସରେ, ଦ୍ୱିତୀୟ ପାନ ସାଢ଼େ ତିନି ମାସରେ ଏବଂ ତୃତୀୟ ପାନ ୯ ମାସରେ ଦିଆଯିବା ଲାଗି ବ୍ୟବସ୍ଥା ରହିଛି।

ଭଦ୍ରକ, ଗଜପତି, ବରଗଡ଼, କଳାହାଣ୍ଡି ସମେତ ବିଭିନ୍ନ  ଜିଲ୍ଲାରେ ୫ ବର୍ଷରୁ କମ୍‍ ବୟସର ଶିଶୁଙ୍କୁ ଏହି ଟିକାକରଣ କାର୍ଯ୍ୟକ୍ରମରେ ସାମିଲ୍‍ କରାଯାଇଛି।

Comments are closed.