କଂଗ୍ରେସ ଲିଗାଲ ସେଲ କର୍ମକର୍ତ୍ତା ନାମ ଘୋଷଣା

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଲିଗାଲ ସେଲର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ କରଙ୍କ ରାଜ୍ୟ କର୍ମକର୍ତ୍ତା ପ୍ରସ୍ତାବକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହି ଲିଗାଲ ସେଲରେ ରାଜ୍ୟ ଉପାଧ୍ୟକ୍ଷ ଭାବେ ରାଜୀବ କୁମାର ମହାପାତ୍ର, ଦେବାଶିଷ ପାଣିଗ୍ରାହୀ, ସନ୍ତୋଷ କୁମାର ଚୌଧୁରୀ, ନିପନ କୁମାର ଦାଶ, ଧରଣୀଧର ସୁଆର, ଅରବିନ୍ଦାକ୍ଷ୍ୟ ପୂଜାରୀ, ସୁରେଶ୍ୱର ମିଶ୍ର, ମିର ଅବଦୁଲ ମାଜିଦ୍‍, ପ୍ରକାଶ ହରପାଲ, ପି. ରମେଶ ପାତ୍ର ଓ ଦତାତ୍ରେୟ ବେହେରା ରହିଥିବା ବେଳେ କୋଷାଧ୍ୟକ୍ଷ ଭାବରେ ସଂଜୟ କୁମାର ପରିଡ଼ା ରହିଛନ୍ତି।

ସେହିପରି ସାଧାରଣ ସଂପାଦକ ଭାବରେ ମନୋଜ କୁମାର ନାୟକ, ଅର୍ଜ୍ଜୁନ ଚନ୍ଦ୍ର ବେହେରା, ହରିଶ ଚନ୍ଦ୍ର ମୁଦୁଲି, ସ୍ମୃତି ରଞ୍ଜନ ପତି, ସୁରଜିତ୍‍ ଦାସ, ବିସ୍ମୟ ଦାସ, ଧ୍ରୁବ ଚନ୍ଦ୍ର ଜେନା, ସତ୍ୟଜିତ ପ୍ରଧାନ, ବିଜୟ କୁମାର ମଲ୍ଲିକ, ମନୋଜ କୁମାର ବେହେରା, ଆଲୋକ କୁମାର ନନ୍ଦ ରହିଛନ୍ତି।

Comments are closed.