କଟକ ନାବାଳିକା ଦୁଷ୍କର୍ମ ଘଟଣା:  କଂଗ୍ରେସ ଗଠନ କଲା ତଥ୍ୟ ଅନୁଧ୍ୟାନ କମିଟି

ଭୁବନେଶ୍ୱର: କଟକ ଠାରେ ଘଟିଥିବା ତିର୍ତୋଲ ନାବାଳିକା ଦୁଷ୍କର୍ମ ଘଟଣାର ଅନୁଧ୍ୟାନ କରିବା ପାଇଁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି। ଏହି କମିଟିରେ  ବିଜୟଲକ୍ଷ୍ମୀ ସାହୁ, ଶିବାନନ୍ଦ ରାୟ,  ପ୍ରତିମା ମଲ୍ଲିକ,  ରଶ୍ମି ମହାପାତ୍ର ଓ  ନିଶିକାନ୍ତ ମିଶ୍ର ରହିଛନ୍ତି। ଏହି କମିଟି ଖୁବ୍‍ ଶୀଘ୍ର ଘଟଣା ସ୍ଥଳ ଗସ୍ତ କରି ତଥ୍ୟ ଅନୁଧ୍ୟାନ କରିବେ ଓ ଏକ ରିପୋର୍ଟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଦାଖଲ କରିବା ପାଇଁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

Comments are closed.