ସ୍ବାଧୀନତା ଦିବସ ଅବସରରେ ପିସିସି ସଭାପତିଙ୍କ ବାର୍ତ୍ତା

ଭୁବନେଶ୍ୱର: ପବିତ୍ର ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାର ଜନସାଧାରଣଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି ଯେ ସ୍ବାଧୀନତାର ୭୨ ବର୍ଷ ପରେ ଆଜି ଦେଶ ଏକ ସଂକଟମୟ ପରିସ୍ଥିତିରେ ପହଞ୍ଚିଛି ଯେଉଁଥିପାଇଁ ଆମକୁ ସତର୍କ ରହିବାକୁ ପଡିବ।ସମଗ୍ର ବିଶ୍ୱ କରୋନା ମହାମାରି ପାଇଁ ଏକ ଭୟଙ୍କର ପରିସ୍ଥିତିରେ ଆସି ପହଞ୍ଚିଲାଣି। ସେଥିରୁ ଆମ ଦେଶ ଏବଂ ଆମ ରାଜ୍ୟ ବାଦ ପଡି ନାହିଁ। ବର୍ତ୍ତମାନ ସେ ମହାମାରୀକୁ ପ୍ରତିହତ କରିବା ପାଉଁ ଯାହା ସବୁ ନୀତି, ନିୟମ ଓ କାନୁନ ଅଛି ତାକୁ ମାନି ପାଳନ କରିବାକୁ ସେ ଅନୁରୋଧ କରିଛନ୍ତି।

ସେ କହିଛନ୍ତି, ଆମ ଦେଶର ଅର୍ଥନୀତି ବର୍ତ୍ତମାନ ଯେପରି ଭାବେ ତଳକୁ ଖସି ବିପର୍ୟ୍ୟସ୍ତ ଅବସ୍ଥାରେ ଆସି ପହଞ୍ଚିଲାଣି ସେଥିପାଇଁ ମଧ୍ୟ ଆମ ଦେଶର ଭବିଷ୍ୟତ ଏବଂ ଯୁବକମାନଙ୍କ ଭବିଷ୍ୟତ ପାଇଁ ଆମକୁ ଗଭୀର ଭାବେ ଚିନ୍ତା କରିବାକୁ ପଡିବ ଓ ଦେଶର ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ସମସ୍ତ ଜନସାଧାରଣଙ୍କୁ ଏକତାବଦ୍ଧ ହେବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିବେଦନ କରିଛନ୍ତି।

Comments are closed.