ଗଞ୍ଜାମ ତହସିଲ ପକ୍ଷରୁ ରାଜସ୍ବ ରଥ ମାଧ୍ୟମରେ ପଟା ବଣ୍ଟନ

ଗଞ୍ଜାମ: ଗଞ୍ଜାମ ତହସିଲ ପକ୍ଷରୁ ମଲାଡ଼ ପଂଚାୟତରେ ‘ରାଜସ୍ବ ରଥ’ ମାଧ୍ୟମରେ ଲୋକଙ୍କୁ ପଟା ଓ ଅନ୍ୟାନ୍ୟ ସାର୍ଟିଫିକେଟ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ଯୋଗ ଦେଇ ଲୋକଙ୍କୁ ପଟା ବଣ୍ଟନ କରିଥିଲେ। ଏଥିରେ ୫୮ଜଣ ଲୋକଙ୍କୁ ପଟା ଏବଂ ୨୭ଜଣ ଲୋକଙ୍କୁ ସେମାନଙ୍କ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଲୋକଙ୍କୁ ରାଜସ୍ବ ସେବା ସେମାନଙ୍କ ଘର ପାଖରେ ପହଞ୍ଚାଇବା ପାଇଁ ପ୍ରଥମେ ଗଞ୍ଜାମ ତହସିଲଦାର ଅରୁଣ ନାୟକ ଏହି ଯୋଜନାକୁ ଆରମ୍ଭ କରିଥିଲେ। ଯାହାକି ପରବର୍ତ୍ତୀ ସମୟରେ ରାଜ୍ୟରେ ଅନ୍ୟାନ୍ୟ ତହସିଲରେ କାର୍ଯ୍ୟକାରୀ ହୋଇଥିଲା। ଫଳରେ ଲୋକଙ୍କୁ ଆଉ ଅଫିସକୁ ନଯାଇ ନିଜ ଘର ପାଖରେ ଏହି ସେବା ଯୋଗାଇବା ପାଇଁ ରାଜସ୍ବ ରଥ ସେବା ଆରମ୍ଭ ହୋଇଥିଲା। ଫଳରେ ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରୁ ପ୍ରଶଂସା ମିଳିଛି। ଏହି ପଟା ବଣ୍ଟନ କାର୍ଯ୍ୟକ୍ରମରେ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ରହିଥିଲେ।

Comments are closed.