ପୁଲିସ ପାଟ୍ରୋଲିଂ ବାଇକ୍ ଧରି ଚମ୍ପଟ ମାରିଲା ଅଭିଯୁକ୍ତ; ଜଙ୍ଗଲରୁ ମିଳିଲା ବାଇକ୍, ୨ ପୁଲିସ କର୍ମଚାରୀ ନିଲମ୍ବିତ

ଭୁବନେଶ୍ବର: ପୁଲିସ ପାଟ୍ରୋଲିଂ ବାଇକ୍ ଧରି ଚମ୍ପଟ ମାରିଥିଲା ଅଭିଯୁକ୍ତ। ହେଲେ ଏକ ଜଙ୍ଗଲ ମଧ୍ୟରୁ ପାଟ୍ରୋଲିଂ ବାଇକ୍ ମିଳିଥିବା ବେଳେ ଅଭିଯୁକ୍ତର ପତ୍ତା ମିଳିନାହିଁ । ଏହି ଘଟଣାରେ ଦୁଇ ଜଣ ପୁଲିସ କର୍ମଚାରୀ ନିଲମ୍ବିତ ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗୁରୁବାର ରାତିରେ ଶୁଳିଆପଦା ନିକଟରେ ଦୁର୍ଘଟଣା ଘଟିଥିବା ଖବର ପାଇ ଦୁଇ ଜଣ ପୁଲିସ କର୍ମଚାରୀ ଏକ ପାଟ୍ରୋଲିଂ ବାଇକ୍‌ରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣା ଘଟାଇଥିବା ସଞ୍ଜୀବ ଜେନା ନାମକ ବ୍ୟକ୍ତିକୁ କାବୁ କରି ମେଡିକାଲ ଟେଷ୍ଟ ପାଇଁ ନିକଟସ୍ଥ କୋଷ୍ଠା ହସ୍ପିଟାଲକୁ ନେଇଥିଲେ । ତେବେ ଅଭିଯୁକ୍ତଜଣକ ପୁଲିସ୍‌ ଆଖିରେ ଧୂଳି ଦେଇ ପାଟ୍ରୋଲିଂ ବାଇକ୍‌ ଧରି ସେଠାରୁ ଚମ୍ପଟ ମାରିଥିଲା। ବହୁ ଖୋଜାଖୋଜି ପରେ ଏକ ଜଙ୍ଗଲିଆ ରାସ୍ତା କଡରେ ବାଇକ୍‌କୁ ଉଦ୍ଧାର କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ସଞ୍ଜୀବର କୌଣସି ପତ୍ତା ମିଳିନାହିଁ।

Comments are closed.