ସାମନ୍ତିଆ ପଲ୍ଲୀ ରେଞ୍ଜରେ ବନ ମହୋତ୍ସବ ପାଳିତ

ପାତ୍ରପୁର  : ସାମନ୍ତିଆ ପଲ୍ଲୀ ରେଞ୍ଜରେ ୭୨ତମ ବନ ମହୋତ୍ସବ ପାଳିତ ହୋଇଛି। ଗତ କାଲି ପ୍ରଥମ ଦିନରେ ପାତ୍ରପୁର ଅଗ୍ନିଶମ କାର୍ଯ୍ୟାଳୟ ଠାରେ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସେହି ପରି ଆଜି ପାତ୍ରପୁର ତୁଳସୀ ଦେବୀ ବାଳିକା ବିଦ୍ୟାଳୟ,ବଇଁସିଗାଁଠାରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। ବଇଁସିଗାଁ ଗ୍ରାମଠ।ରେ ପାତ୍ରପୁର ବିଡ଼ିଓ ପ୍ରକାଶ କୁମାର ଦାସ ଉପଖଣ୍ଡ ସହକାରୀ ବନ ଅଧିକାରୀ ଅଶୋକ କୁମାର ବେହେରା ଯୋଗଦେଇ ବୃକ୍ଷ ରୋପଣର ଶୁଭ।ରମ୍ଭ କରିଥିଲେ। ଏହିରେ କମ୍ପା ଯୋଜନାରେ ବୃକ୍ଷ ରୋପଣ ହେବାକୁ ଥିବା ପଚାଶ ହେକ୍ଟର ଜମିରେ ଚାରା ରୋପଣ ଆରମ୍ଭ ହେବା ସହ ଚାରା ବଣ୍ଟନ ହୋଇଥିଲା। ରେଞ୍ଜର ରଜତ କୁମାର ମିଶ୍ର, ଅଗ୍ନିଶମ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ଜେନା ସମେତ ଫରେଷ୍ଟର ରତ୍ନାକର ବେହେରା, ଙ୍କ ସହ ବନ ସୁରକ୍ଷା ସମିତିର କର୍ମକର୍ତ୍ତା, ସ୍କୁଲ କର୍ମଚାରୀ ଛାତ୍ର ଛାତ୍ରୀ ଏବଂ ଜଙ୍ଗଲ ବିଭଗର କର୍ମଚାରୀ ମାନେ ସାମିଲ ଥିଲେ।

Comments are closed.