ସମ୍ବର ମାଂସ ଜବତ ; ଦୁଇ ଗରିଫ

ପାତ୍ରପୁର : ସାମନ୍ତିଆ ପଲ୍ଲୀ ରେଞ୍ଜ ତୁମ୍ବା ପଞ୍ଚାୟତ ବୁରସାହି ଗ୍ରାମରେ ଗତକାଲି ସମ୍ବର ମାଂସ କାଟୁଥିବା ବେଳେ ଜଙ୍ଗଲ ବିଭାଗ ଚଢ।ଉ କରି ମାଂସ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛନ୍ତି । ଗିରିଫ ଦୁଇଜଣ ହେଲେ ଗୌଡୁଣି ଗ୍ରାମର କେଦାର ବିଶୋଇ, ବୁର ସାହିର ଗ୍ରାମର ସୁଦାମ ଦଳେଇ ବୋଲି ଜଣାଯାଇଛି। ଏହି ଦୁଇ ଜଣ ନିଜ ବାଡ଼ି ପଟରେ ମାଂସ ଭାଗ କରୁଥିଲେ। ଜଙ୍ଗଲ ବିଭାଗ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଚଢ।ଉ କରିବା ସହିତ ପ୍ରାୟ ଦଶ କିଲୋଗ୍ରାମ ମାଂସ ଗୋଟିଏ କଟୁରି ଜବତ କରିଥିଲେ। ତୁମ୍ବା ଫରେଷ୍ଟର କାମନା ଭୂୟାଁଙ୍କ ନେତୃତ୍ୱରେ ଗାର୍ଡ ପର୍ଶୁ କାର୍ଜି ସୁଦାମ କାର୍ଜି। ଏହି ଚଢ।ଉ କରି ଦୁଇ ଅଭିଯୁକ୍ତଙ୍କୁ ରେଞ୍ଜ କାର୍ୟ୍ୟାଳୟକୁ ଆଣିବା ସହ ଆଜି କୋର୍ଟ ଚାଲାଣ କରାଯାଇଛି। ତେବେ କେଉଁ ସ୍ଥାନରେ କିଏ ଏହି ସମ୍ବର ଶିକାର କରିଛି କେତେ ଜଣ ସମ୍ପୃକ୍ତ ସେ ସମ୍ପର୍କରେ ରେଞ୍ଜର ତଦନ୍ତ ଚଳାଇଛନ୍ତି।

Comments are closed.