ସାପ କାମୁଡାରେ ମହିଳା ମୃତ

ପାତ୍ରପୁର: ପାତ୍ରପୁର ବ୍ଲକ ଜରଡ଼ା ପଂଚାୟତ ଅଭୟପୁର ଗ୍ରାମର ଜଣେ ମହିଳାଙ୍କ ସାପ କାମୁଡାରେ ମୃତ୍ୟ ଘଟିଥିବା ଜଣାପଡିଛି l ମୃତ ମହିଳା ଜଣକ ହେଲେ ଦୁଃଖୀ ବେହେରା l ସୋମବାର ରାତ୍ର ଦୁଃଖୀ ଘରେ ଶୋଇଥୁବା ବେଳେ ଏକ ବିଷାକ୍ତ ସାପ ବାମ ହାତ ବୃଦ୍ଧା ଆଙ୍ଗୁଳିକୁ କାମୁଡିଥିଲା। ଦୁଃଖୀକୁ ପ୍ରଥମେ ଚିକିଟି ମେଡିକାଲ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଇଥିଲା l ବ୍ରହ୍ମପୁର ଠାରେ ଦୁଃଖୀର ମୃତ୍ୟୁ ଘଟିଥିବା ବେଳେ ମଙ୍ଗଳବାର ଶବ ବ୍ୟବଚ୍ଛେଦ ପରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ଶବ ସତ୍କାର କରାଯାଇଥିଲା l ଦୁଃଖୀର ସ୍ୱାମୀ ଦାଦନ ଶ୍ରମିକ ଥିବାବେଳେ ଦୁଃଖୀର ଏକ ଛୋଟ ସନ୍ତାନ ମାତୃ ହରା ହୋଇଯାଇଛି l ଦୁଃଖୀ ଜଣେ ଗରିବ ପରିବାର ହୋଇଥିବାରୁ ସରକାରୀ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି l

Comments are closed.