ପାତ୍ରପୁର ଅଞ୍ଚଳରେ ୭୬ତମ ସ୍ଵାଧୀନତା ଦିବସ ପାଳିତ

ପାତ୍ରପୁର: ପାତ୍ରପୁର ବ୍ଲକର ବିଭିନ୍ନ ସ୍ଥାନରେ ଆଜି ୭୬ତମ ସ୍ବାଧୀନତା ଦିବସ ପାଳନ କରାଯାଇଛି । ପାତ୍ରପୁର କୋର୍ଟରେ ବିଚାରପତି ବିଷ୍ଣୁପ୍ରିୟା ସାମନ୍ତରାୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେହିଭଳି ବ୍ଲକ କାର୍ଯ୍ୟାଳୟରେ ଅଧ୍ୟକ୍ଷା ୱା ସଂଯୁକ୍ତା ପତାକା ଉତ୍ତୋଳନ କରିଥିଲେ । ତହସିଲ କାର୍ଯ୍ୟାଳୟରେ ତହସିଲଦାର ଅମିତ କୁମାର ନାୟକ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡା ସମ୍ବିତ ବେଗରାୟ, ଶିଶୁବିକାଶ ଠାରେ ଶିଶୁ ବିକାଶ ଅଧିକାରୀ ପଦ୍ମନୀ ସାହୁ, ନବୋଦୟ ବିଦ୍ୟାଳୟରେ କବିତା କର ବାଘଲଟି ଜଳସେଚନ କାର୍ଯ୍ୟାଳୟ ଠାରେ ସହକାରୀ ନିର୍ବାହି ଯନ୍ତ୍ରୀ ଜୟ ପ୍ରକାଶ ସଢଙ୍ଗୀ, ଜରଡା ଥାନାରେ ଥାନା ଅଧିକାରୀ ଭବାନନ୍ଦ  ପ୍ରଧାନ,  ସାମନ୍ତିଆ ପଲ୍ଲୀ ରେଞ୍ଜ ଅଫିସରେ ରେଞ୍ଜର ମନୋଜକୁମାର ପାତ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

ସେହିଭଳି ବିଭିନ୍ନ ପଞ୍ଚାୟତର ସରପଞ୍ଚ ମଧ୍ୟରୁ ପାତ୍ରପୁରରେ ସଦାନନ୍ଦ ନାୟକ, ସାମନ୍ତିଆ ପଲ୍ଲିରେ ଏନ ତିରୁପତି, ବାଦପୁରରେ ଶଶାଙ୍କ ପାଣିଗ୍ରାହୀ, ବରଙ୍ଗରେ ଭି ଦେବୀ ପ୍ରସାଦ,ଗୁଣ୍ଡୁରାରେ ଭଗବତୀ ପ୍ରସାଦ ପାଣିଗ୍ରାହୀ, ଜୟନ୍ତୀପୁରରେ ଆଇ ସୁଶୀଳା, ଖରଣୀପଡ଼ାରେ ଜିତେନ୍ଦ୍ରକୁମାର ପଣ୍ଡା, ତଣ୍ଡିପୁରରେ ରୀତା ପାତ୍ର, ଖାରିଆଗୁଡ଼ାରେ ସଂଯୁକ୍ତା ରାଣୀ ପ୍ରଧାନ, ତୁରୁବୁଡିରେ ଦୁର୍ଯ୍ୟୋଧନ ସାହୁ, ସାମନ୍ତରା ପୁରରେ ପ୍ରତିମା ପ୍ରଧାନ, ଜରଡାରେ ତିଳ ବେହେରା,ବୁରାତାଲରେ ଜୋତ୍ସ୍ନା କାର୍ଜି , ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ । ସେହିପରି ଅନ୍ୟ ଅଞ୍ଚଳର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମେତ ବିଭିନ୍ନ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତଳନ କରାଯାଇ ଥିଲା ।

Comments are closed.