ଜଳ ଅଭିଷେକ ହୋମ ପରେ ହୋମ କଲେ କାଉଡ଼ିଆ

ପାତ୍ରପୁର: ପାତ୍ରପୁର ବ୍ଳକ ତୁରିବୁଡି ଚନ୍ଦ୍ରଶେଖର ବୋଲବମ ସଂଘ କାଉଡ଼ିଆଙ୍କ ପକ୍ଷରୁ ଚଳିତ ମାସରେ ଅନୁଷ୍ଠିତ ଜଳାଭିଷେକ ଅନ୍ତିମ ଦିବସରେ ଉପଲକ୍ଷେ ହୋମରେ ଶେଷ ହୋଇଛି। ବୋଲ ବମ ସଂଘ ପକ୍ଷରୁ ଶ୍ରାବଣମାସର ପ୍ରତ୍ୟେକ ସୋମବାର ଦିନ ଅଞ୍ଚଳରେ ଥିବା ବିଭିନ୍ନ ନଦୀରୁ ଜଳ ସଂଗ୍ରହ କରି ଶୈବ ପୀଠମାନଙ୍କରେ ଜଳାଭିଷେକ କରିଥିଲେ। ସଂଘର ୪୭ଜଣ ତୁରିବୁଡି କଣ୍ଟାଖାଳି ଗ୍ରାମର ଭକ୍ତ ସାମିଲ ହୋଇ ସମାସିଙ୍ଗି ଶାସନ ଧାନ୍ୟରାଶି ମୋହନା ମଲାଭଣଜା ପ୍ରଭୁତି ସ୍ଥାନରୁ ଲୁହାଖମ୍ବ ନୂଆଗଡ଼ ଘଟକେଶ୍ୱର ଗଜପତି ଜିଲ୍ଲା ଛେଳିଗଡ଼ କୁ ନେଇ ଜଳ ଅଭିଷେକ କରିଥିଲେ।ଆଜି ପୂର୍ଣ୍ଣିମାତିଥିରେ ବରାହି ପିଠାରୁ ଜଳ ଆଣି ଗ୍ରାମର ଚନ୍ଦ୍ରଶେଖର ମହାଦେବଙ୍କ ପୀଠରେ ପହଞ୍ଚି ଜଳାଭିଷେକ କରିଥିଲେ। ଏଥିନିମନ୍ତେ ଏହି ପୀଠରେ ପଣ୍ଡିତମାନଙ୍କ ଦ୍ୱାରା ହୋମ ଜଗତ ମଙ୍ଗଳ ପାଇଁ କରାଯାଇଥିଲା। ସ୍ଥାନୀୟ ସରପଞ୍ଚ ଦୁର୍ଯ୍ୟୋଧନ ସାହୁ କର୍ତା ଭ।ବେ ଯୋଗଦେଇ ଥିଲେ।କାର୍ଯ୍ୟକ୍ରମରେ ଅର୍ଣ୍ଣ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ମାସରେ ପ୍ରାୟ ୨୫୦କିଲୋମିଟରରୁ ଉର୍ଦ୍ଧ୍ବ ପଥ ପାଦରେ ଚାଲି ବିଭିନ୍ନ ପୁଣ୍ୟ ନଦୀରୁ ପୀଠରୁ ଜଳ ସଂଗ୍ରହ କରିଥିଲେ।

Comments are closed.