ପାତ୍ରପୁର ତହସିଲଦାରଙ୍କୁ ମାଡ଼ ଘଟଣା; ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ କର୍ମଚାରୀଙ୍କ କଲମ ଛାଡ ଆନ୍ଦୋଳନ

ପାତ୍ରପୁର: ଜରଡା ଥାନା ଅଧିନସ୍ଥ ପାତ୍ରପୁର ବ୍ଳକ ବୁଡ଼ିଘାଟି ଗ୍ରାମରେ ଅବକାରୀ ଚଢଉ ବେଳେ ବିଭାଗ କର୍ମଚାରୀ ଏବଂ ତହସିଲଦାରଙ୍କୁ ମାଡ଼ ମାରିବା ଘଟଣାରେ କୌଣସି ଦୃଢ଼ ପଦେକ୍ଷପ ନିଆଯାଇ ନଥିବା ପ୍ରତିବାଦରେ କର୍ମଚାରୀ ମନେ କଲମ ଛାଡ଼ କରି ଧାରଣା ଦେଇଥିଲେ । ମୁଖ୍ୟ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ଓ କର୍ମଚାରୀ ମାନଙ୍କୁ ସୁରକ୍ଷା ପ୍ରଦାନ ଦାବିରେ ପାତ୍ରପୁର ତହସିଲ କର୍ମଚାରୀ ମାନେ ବୁଧବାର କଲମ ଛାଡ ଆନ୍ଦୋଳନ କରିଛନ୍ତି । ମନ୍ଦରଡା ପଞ୍ଚାୟତର ବୁଢ଼ୀଘାଟି ଗାଁରେ ବେଆଇନ ମଦ କାରବାର ହେଉଥିବା ସୂଚନା ପାଇ ଅବକାରୀ ବିଭାଗର କର୍ମଚାରୀ ଓ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ପାତ୍ରପୁର ତହସିଲଦାର ଅମିତ୍ କୁମାର ନାୟକ ପ୍ରମୁଖ ବୁଡିଘାଟି ଗ୍ରାମରେ ଗତ ୬ ତାରିଖରେ ଚଢାଉ କରିଥିଲେ । ଚଢାଉକୁ ବିରୋଧ କରି ଗ୍ରାମବାସୀ  ତହସିଲଦାର ଓ ଅବକାରୀ ପୁଲିସ୍ ଉପରେ ଆକ୍ରମଣ କରିଥିଲେ । ତେବେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇନାହିଁ ।

ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବା ସହ କର୍ମଚାରୀ ମାନଙ୍କୁ ସୁରକ୍ଷା ପ୍ରଦାନ ଦାବି ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ କଲମ ଛାଡ ଆନ୍ଦୋଳନ କରି କର୍ମଚାରୀ ମାନେ ଧାରଣାରେ ବସିଛନ୍ତି । ଏହି  କଲମ ଛାଡ ଆନ୍ଦୋଳନରେ ଅନ୍ୟ ବିଭାଗ କର୍ମଚାରୀମାନେ ସାମିଲ ହୋଇ ଦାବି ପ୍ରତି ସମର୍ଥନ କରିଛନ୍ତି । ଏବିଡିଓ ମଧୁସୂଦନ ମହାରଣା, ସବ୍ ରେଜିଷ୍ଟ୍ରାର ଅତନୁ କୁମାର ପାତ୍ର, ବିଏଓ ଶିଶିର କୁମାର ବିଷୋୟୀ, ଏ.ଇ   ଯୁଧିଷ୍ଠିର ସାମନ୍ତରାୟ, ଏପିଓ ପ୍ରଣତି ପୁରୋହିତ, ଶ୍ରୀନିବାସ ପଟ୍ଟନାୟକ, କ୍ରି କ୍ରିଷ୍ଣା ପ୍ରୀୟା ଶତପଥୀ, ତହସିଲ  ପରିଦର୍ଶକ ଭାସ୍କର ବେହେରା, ଇତିମୟ ବେହେରା, ପ୍ରୀୟରଞ୍ଜନ ଓଡ଼ିଆ, ରାଜସ୍ବ ନୀରିକ୍ଷକ, ତ୍ରିପତି ପଟ୍ଟନାୟକ, ବୃଦ୍ଧଦେବ ମଲ୍ଲିକ, ସୈ।ମ୍ୟରଞ୍ଜନ ପରିଡ଼ା, ଆକାଶ ପାଢ଼ୀ ପ୍ରମୁଖଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ରହିବା ସହିତ ଦାବି ପୁରୁଣ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି । କାର୍ଯ୍ୟକ୍ରମକୁ  ସୁନିତ କୁମାର ପାଢ଼ୀ  ପରିଚାଳନା କରିଥିଲେ । ଏହି ଆନ୍ଦୋଳନକୁ ପାତ୍ରପୁର ଓକିଲସଂଘ ପକ୍ଷରୁ ନିନ୍ଦା କରିବା ସହିତ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ଦାବି କରାଯାଇଛି । ଅପରପକ୍ଷେ କର୍ମଚାରୀ ମାନଙ୍କ ଆନ୍ଦୋଳନ ଯୋଗୁଁ ବିଭିନ୍ନ କାମ ପାଇଁ ତହସିଲ କାର୍ଯ୍ୟାଳୟକୁ ଆସିଥିବା ଜନ ସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Comments are closed.