ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାତ୍ରପୁର : ପ୍ରେମ କରି ବିବାହ କରିବାକୁ ନିଷ୍ପତ୍ତି ନେଇଥିବା ପ୍ରେମୀ ଯୁଗଳଙ୍କୁ ପରିବାରର ସ୍ୱୀକୃତି ନମିଳିବାରୁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ଅଭିଯୋଗ ହୋଇଛି। ମୃତ ଦୁଇ ପ୍ରେମୀ ଯୁଗଳ ହେଲେ ଜରଡା ଥାନା ସାମନ୍ତରା ପୁର ପଞ୍ଚାୟତ ସାମନ୍ତରା ପୁର ଗ୍ରାମର । ଯୁବକ ନିଜ ବାରିପଟରେ ଥିବା ଆମ୍ବ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବାବେଳେ ଆଜି ସକାଳୁ ତାଙ୍କ ମୃତ ଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ପ୍ରଚାରିତ ହେବାପରେ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।ଏହି ସମୟରେ ଯୁବତୀ ଜଣକ ପ୍ରେମିକଙ୍କ ମୃତ ଦେହ ନିକଟରେ ପହଞ୍ଚି କନ୍ଦ।କଟା କରିଥିଲେ। ଏହାପରେ ସେ ଘରକୁ ଫେରିବା ବେଳେ ଏକ କୂଅ ମଧ୍ୟକୁ ଡେଇଁ ପଡ଼ିଥିଲେ। ଲୋକମାନେ ତାଙ୍କୁ ଉଦ୍ଧାର କରି ଘରେ ଛାଡି ଥିଲେ। ଏହାର କିଛି ସମୟ ପରେ ସେ ନିକଟ ଏକ ଆମ୍ବ ଗଛରେ ଚୁନି ବାନ୍ଧି ଆତ୍ମହତ୍ୟା କରିଥିଲେ। ଘଟଣା ଜଣାପଡିବା ପରେ ଜରଡ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛି। ଏନେଇ ଥାନାରେ ଦୁଇଟି ଅପମୃତୁ ମାମଲା ରୁଜ୍ଜୁ କରାଯାଇ ଥିବା ଜଣାପଡିଛି।

Comments are closed.