ତେଲେଙ୍ଗାନାରେ ଦାଦନ ଶ୍ରମିକ ମୃତ

ପାତ୍ରପୁର : ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଜରଡ଼ା ଗୌଡ ସାହି ର ପୂର୍ଣ୍ଣଚନ୍ଦ୍ର ଗୌଡ (୫୧) ତେଲେଙ୍ଗାନା ରେ ଶୁକ୍ରବାର ମୃତ୍ୟୁ ବରଣ କରିଛନ୍ତି। ପୂର୍ଣ୍ଣ ତେଲେଙ୍ଗାନା ର ନାଲକଣ୍ଡା ଜିଲ୍ଲା ବିଷ୍ଣୁପୁରମ୍ ଗ୍ରାମ ର  କମ୍ପାନୀ ରେ କାମ କରୁଥିଲେ। ଶୁକ୍ରବାର ସନ୍ଦେହ ଜନକ ଭାବେ ପୂର୍ଣ୍ଣଙ୍କ ମୃତ୍ୟୁ ଘଟିଥିଲା। ପୂର୍ଣ୍ଣ ର ମୃତ ଶରୀର କୁ କମ୍ପାନୀ ଏକ ଆମ୍ବୁଲାନ୍ସ ଯୋଗେ ଜରଡ଼ା ଆଣିଥିବା ବେଳେ ଜରଡ଼ାରେ ଉତେଜନା ଦେଖାଯାଇଥିଲା। ପରେ କମ୍ପାନୀ ର ପ୍ରେରିତ ଠିକାଦାର ପହଞ୍ଚି ଆର୍ଥିକ ସହାୟତା ପାଇଁ ପ୍ରତିଶ୍ରୁତି  ଦେବାପରେ ଶବ ସତ୍କାର କରାଯାଇଥିଲା।

Comments are closed.