ବଗ ଶିକାର କରି ଦୁଇ ଗିରଫ

ପାତ୍ରପୁର : ସାମନ୍ତିଆ ପଲ୍ଲୀ ରେଞ୍ଜ ଏ ଶରଧା ପୁର ଗ୍ରାମ ନିକଟରେ ବଗ ଶିକାର କରି ଆନ୍ଧ୍ରପ୍ରଦେଶର ଦୁଇ ଜଣ ବ୍ୟକ୍ତି ଗିରଫ ହୋଇଥିବା ଜଣାଯାଇଛି ।ସେହି ଦୁଇ ଜଣ ହେଲେ ଆନ୍ଧ୍ର ଜଗନ୍ନାଥ ପୁର ଗ୍ରାମର ଶେଖ ଉମାଉଦିନ ଏବଂ ଶେଖ ଖଜର ବୋଲି ରେଞ୍ଜେର ରଜତ କୁମାର ମିଶ୍ର ପ୍ରକାଶ କରିଛନ୍ତି। ଗତ କାଲି ସନ୍ଧ୍ୟା ସମୟରେ ଉଭୟେ ବଗ ଶିକାର କରୁଥିବା ଖବର ଶୁଣି ଫରେଷ୍ଟର ରତନ ବେହେରା ଗାର୍ଡ ରାକେଶ କୁମାର ବେହେରା ପ୍ରମୁଖ ପହଞ୍ଚି ଉଭୟଙ୍କ ଙ୍କୁ ଧରି ଥିଲେ। ତାଙ୍କ ପାଖରୁ ଚାରୋଟି ମୃତ ବଗ ସହିତ ବାଉଁଶ ତିଆରି ଧନୁ ବାଟୁଳି ଏବଂ ଏକ ବାଇକ ଜବତ କରି ଥିଲେ। ଆଜି ଦୁଇ ଗିରଫଙ୍କୁ କୋର୍ଟଚାଲାଣ କରାଯାଇଛି।ଏନେଇ ଏକ ମକଦ୍ଦମା ରୁଜୁ ହୋଇଥିବା ଜଣା ଯାଇଛି।

Comments are closed.