ଡକାୟତି ଉଦ୍ୟମ ପଣ୍ଡ: ମାରଣାସ୍ତ୍ର ଜବତ, ୪ ଗିରଫ

ପାତ୍ରପୁର: ଜରଡ଼ା ଥାନା ମୁଣ୍ଡୁକେରି ଗ୍ରାମ ପୋଖରୀ ହୁଡ଼ା ନିକଟରୁ ଏକ ଡ଼କାୟତ ଗ୍ୟାଙ୍ଗକୁ ଗତକାଲି ଜରଡ଼ା ପୁଲିସ କାବୁ କରିଛି। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ୬ଜଣିଆ ଦଳ ବିଶିଷ୍ଟ ଏକ ଡ଼କାୟତ ଗ୍ୟାଙ୍ଗ ଡକାୟତି କରିବା ପାଇଁ ଯୋଜନା କରିଥିବା ସମୟରେ ପୁଲିସ ସେମାନଙ୍କୁ କାବୁ କରିଥିଲା। ପୁଲିସ ୪ଜଣ ଡ଼କାୟତକୁ ଧରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ଦୁଇ ଡ଼କାୟତ ଖସି ପଳେଇଥିଲେ।

 

୪ଜଣ ଡ଼କାୟତଙ୍କ ମଧ୍ୟରୁ ୩ଜଣ ଜରଡ଼ା ଥାନା ଅନ୍ତର୍ଗତ ବମକେଇ , ନୀଳାଦ୍ରିଚନ୍ଦ୍ର ପୁର କୋଳିହୋଳା ଗ୍ରାମର ହୋଇଥିବା ବେଳେ ଅନ୍ୟ ଜଣେ ସଦର ଥାନା ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମର ବୋଲି ଜଣାପଡ଼ିଛି। ସେପଟେ ଯୋଜନା ପଣ୍ଡ ବେଳେ ଡ଼କାୟତମାନଙ୍କ ନିକଟରୁ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଜବତ ହୋଇଥିବା ଜଣାପଡିଛି।

Comments are closed.